ବ୍ରହ୍ମପୁର ବିଜେପିର ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

0
168

ବ୍ରହ୍ମପୁର, ୧୦/୦୨/୨୦୨୧(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ବିଜେପି ପକ୍ଷରୁ ଲୋକଙ୍କ ନିକଟତର ହେବା ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସକାଶେ ଆରମ୍ବ ହୋଇଛି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ଵ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଶ୍ରୀ କାହ୍ନୁ ଚରଣ ପତି ଗତ ମଙ୍ଗଳବାର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଥମ ଦିନରେ ଵ୍ରହ୍ମପୁର ବଡ଼ ବଜାର ଅଂଚଳର ଆଗା ସାହି ସ୍ଥିତ ଏକ ଚା ଖଟିରେ ବିଜେପି ନେତା ଶ୍ରୀ ପତି ଯୋଗ ଦେଇ ସ୍ଥାନୀୟ କର୍ମୀଙ୍କ ସହ ଆଲୋଚନା କରି ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ରହିଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ସେହିପରି ଦ୍ଵିତୀୟ ଦିନରେ ପୁରୁଣା ଵ୍ରହ୍ମପୁର ଅଂଚଳର ତଳ ମେଣ୍ଟୁ ଛକରେ ଚା ଖଟି ରେ ସାମିଲ ହୋଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରି ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧରଣ ଜଡିତ ହୋଇ ଅଞ୍ଚଳରେ ରହିଥିବା ସମସ୍ୟା ନେଇ ଅବଗତ କରାଇବା ପରେ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପତି ପ୍ରତିଶୃତି ଦେଇଥିଲେ। ତେବେ ଵ୍ରହ୍ମପୁର ସହରରେ ପ୍ରତ୍ୟକ ଦିନ ସକାଳ ୮ ରୁ ୯ ଘଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ଅଂଚଳ ବୁଲି ଏଭଳି କାର୍ଯ୍ୟକ୍ରମ କରାଯିବା ସହ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ ଓ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ବାଟ ବାହାରି କରାଯିବ ବୋଲି ବିଜେପି ନେତା ଶ୍ରୀ ପତି ମତ ପ୍ରକାଶ କରିଛନ୍ତି। ଆୟୋଜିତ ଏହି ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ବିନାୟକ ରଥ, କେ. ଟୁଙ୍ଗୁରୁ ପାତ୍ର, ପ୍ରଭାତ ଷଡଙ୍ଗୀ, ସୁମନ ଶତପଥୀ, ବିଘ୍ନରାଜ ନାୟକ, ପ୍ରଦୀପ ମିଶ୍ର, କିରଣ କୁମାର ସାହୁ, ମଧୁସୂଦନ ସାହୁ, କମୋଲ ପାତ୍ର, ସୁମନ ମହାରଣା, ଉଦୟ ନାଥ ସାହୁ, ସୁରେଶ ନାୟକ, ଚନ୍ଦ୍ର ଶେଖର ପାଢ଼ୀ, କେ.ସୁନୀଲ ପାତ୍ର, ନିଳାଞ୍ଚଳ ପଣ୍ଡା, ରୀଙ୍କୁ ଶତପଥୀ, ଶିବ ପ୍ରସାଦ, ସନ୍ତୋଷ ବେହେରା, ସନ୍ତୋଷ ପୃଷ୍ଟିଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here