ଭୂବନେଶ୍ୱର, ୧୩/୦୨/୨୦୨୧(ବ୍ୟୁରୋ ରିପୋର୍ଟ) କ୍ଲାସିକ ଲିଜେଣ୍ଡସ ପକ୍ଷରୁ ଜାଓ୍ବା ପ୍ରଚଳନ ସଂପର୍କ ରେ ଘୋଷଣା କରାଯାଇଛି। ଏଥି ସହିତ ଜାଓ୍ବା ୪୨ ପରିବାରରେ ଆଉ ତିନୋଟି ନୂଆ ସଦସ୍ଯ ସାମିଲ୍ ହୋଇଛନ୍ତି। କ୍ଲାସିକ ଲିଜେଣ୍ଡସ ପକ୍ଷରୁ କୁହାଯାଇଛି ଯେ, ଭାରତରେ ଉପଲବ୍ଧ ମଡେଲ୍ ଗୁଡ଼ିକ ସହିତ ଯୋଗ ହୋଇଥିବା ନୂତନ ମଡେଲ୍ ଗୁଡ଼ିକ ଏହାର ସମସ୍ତ ଡିଲରସିପ ରେ ଉପଲବ୍ଧ ହେବ। କମ୍ପାନୀ ର ସିଇଓ ଆଶିଷ ସିଂ ଜୋଷୀ କହିଛନ୍ତି ଯେ, ୪୨ରେ କ୍ଲାସିକ ସ୍ପୋର୍ଟ୍ସ ଷ୍ଟ୍ରାଇପ ସହିତ ତିନୋଟି ରଙ୍ଗ ଯୋଗ କରାଯାଇଛି। ତାହା ସହିତ ଏଥି ରେ ଟ୍ୟୁବଲେସ ଟାୟାର ଏବଂ ଟ୍ରିପ ମିଟର ଷ୍ଟାଣ୍ଡାର୍ଡ ଫିଟମେଣ୍ଟ ରହିଥିବା ବେଳେ ଫ୍ଲାଏ ସ୍କିନ ଏବଂ ହେଡଲ୍ୟାମ୍ପ ଗ୍ରୀଲ୍ ଆସେସୋରିଜ ଆକାରରେ ସଂଯୁକ୍ତ କରାଯାଇଛି। ଏଥି ସହିତ ଗ୍ରାହକ ମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ଓନିଅନ ରେଡ, ସିରିଅସ୍ ହ୍ବାଇଟ ଏବଂ ଅଲଷ୍ଟାର ବ୍ଲାକ୍ ରଙ୍ଗ ମଧ୍ଯ ରୁ ଯେକୌଣସି ଗୋଟିଏ ବାଛି ପାରିବେ।