ଓଡ଼ିଶାରେ ଯୁବମାରଣ ନୀତି ଓ ସରକାର ପରିବର୍ତ୍ତନ ପାଇଁ ବିଜେପି ଯୁବମୋର୍ଚ୍ଚାର ପଥଭ୍ରାନ୍ତ ସଭା

0
16

ବ୍ରହ୍ମପୁର, ୦୭/୦୫/୨୦୨୪ : ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସ୍ଥାନୀୟ ଖଲିକୋଟ କଲେଜ ସମ୍ମୁଖରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଏବଂ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଓଡ଼ିଶା ସରକାର ପରିବର୍ତ୍ତନ ପାଇଁ ଏକ ଜନସଚେତନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ “ଧାରଣା ସହ ପଥଭ୍ରାନ୍ତ ସଭା” ଅନୁଷ୍ଠିତ ହୋଇଛି ।
ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ରାଜ୍ୟ ସରକାର ଓଡ଼ିଶାର ଯୁବକ ମାନଙ୍କର ଆଶା ଓ ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ବିଫଳ ହେଇଛି ଓଡ଼ିଶାରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ନାହିଁ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି, ଯୁବକ ହାତରେ ଚାକିରି ନାହିଁ ମହିଳା ମାନେ ସବୁ କ୍ଷେତ୍ରରେ ଉପେକ୍ଷିତ ଅଣ ଓଡ଼ିଆ ଠିକାଦାର ମାନେ ରାଜ୍ୟର ବିକାଶରେ ମଙ୍ଗୁଆଳ ସାଜି ଓଡ଼ିଆ ଠିକାଦାରିରେ ବାଧା ସୃଷ୍ଠି କରୁଛନ୍ତି, ତାମିଲି ଗୁମୁସ୍ତା ଓଡ଼ିଶାର ଅସ୍ମିତାକୁ ଲଗାତର ଧ୍ଵଂସ କରିବାକୁ ଚେଷ୍ଟା କରୁଛନ୍ତି, ବିକାଶ ବାଟବଣା ହେଇଯାଇଛି, ନବୀନ ବାବୁ ଧୃତରାଷ୍ଟ୍ର ହେଇ ଯାଇଛନ୍ତି, ଯାହା ଯୁବ ମାରଣ ନୀତିର ଏକ ଉଦାହରଣ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ହେବା ସତ୍ତ୍ୱେ ଗଞ୍ଜାମରେ ୨୫ ବର୍ଷ ମଧ୍ୟରେ ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା ହୋଇପାରିଲାନାହିଁ । ଫଳରେ ଗଞ୍ଜାମ ଜିଲ୍ଲାରୁ ୭ ଲକ୍ଷ୍ୟ ଯୁବକ ରାଜ୍ୟ ବାହାରେ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ସୂଚାଇ ଦେଉଛି । ଜିଲ୍ଲାରେ ସ୍କୁଲ କଲେଜରେ ଶିକ୍ଷକ ନାହାନ୍ତି, ଡ଼ାକ୍ତରଖାନାରେ ଡାକ୍ତର ନାହାଁନ୍ତି, ଓଡ଼ିଶାର ସଂସ୍କୃତି ଓଡ଼ିଆର ସ୍ୱାଭିମାନୀ ଯୁବ ବର୍ଗଙ୍କୁ ନିଯୁକ୍ତି, ଜିଲ୍ଲାରେ କଳକାରଖାନାର ପ୍ରତିଷ୍ଠା, ସ୍ବାସ୍ଥ୍ୟ ଓ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବା ପାଇଁ, ଓଡ଼ିଶା ଶାସନ ଭାର ଜଣେ ଅଣଓଡ଼ିଆ ହାତରେ ଟେକି ଦେବାକୁ ଯେଉଁ ଚକ୍ରାନ୍ତ ଚାଲିଛି ତାକୁ ବିରୋଧ କରି ଆଜି “ଧାରଣା ସହ ପଥଭ୍ରାନ୍ତ ସଭା” ଭାରତୀୟ ଜନତା ଯୁବମୋର୍ଚ୍ଚାର ଜିଲ୍ଲା ସମ୍ପାଦକ କମଳ ପାତ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ବରିଷ୍ଠ ନେତା ବିଷ୍ଣୁ ସୁବୁଦ୍ଧି, ବରିଷ୍ଠ ନେତା ପୀତବାସ ପଣ୍ଡା, ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ, କୃଷ୍ଣ ଚନ୍ଦ୍ର ଚୌଧୁରୀ, ସରୋଜ ପାତ୍ର, ଧର୍ମରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଚିନ୍ମୟାନନ୍ଦ ପଟ୍ଟନାୟକ, ଶକ୍ତି ପଟ୍ଟନାୟକ, ରଜତ ପାତ୍ର, ଅମର ସାହୁ, ୟୁ ରାଜା ରାଓ, ଚିଦାନନ୍ଦ ପଟ୍ଟନାୟକ, ଡ଼ି ଅନିଲ ରାଓ, ଡି ବିକ୍ରମ ଶିରିଡ଼ି, ମନୋଜ ବେହେରା , ରବି ନାରାୟଣ ବେହେରା, ଭିଶାଲ ରେଡ଼ୀ, ଗଣେଶ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ମୋନିତା ଦାସ, ବରିଷ୍ଠ ନେତା ପ୍ରଦୀପ ମିଶ୍ର, ପ୍ରଣୟ ମହାପାତ୍ର, ଟି. ରବି କିରଣ, ସୁବ୍ରତ ପାଳ, ସାମୁଏଲ୍ ବେହେରା ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ. ରବି ରାଓ ଧନ୍ୟବାଦ ଅର୍ପଣ କଲେ ।

LEAVE A REPLY

Please enter your comment!
Please enter your name here