ବ୍ରହ୍ମପୁର,୨୧.୦୨.୨୦୨୧: “ରକ୍ତଦାନ ମହତଦାନ “, ରକ୍ତ ଅଭାବ ରୁ ବହୁ ଜୀବନ ହାନି ହେଉଥିବା ଜାଣିବାକୁ ମିଳୁଛି, ରକ୍ତ ଅଭାବ ରୁ କେହି ଯେପରି ମୃତ୍ୟୁ ମୁଖରେ ପଡିବେ ନାହିଁ ତାକୁ ନେଇ ବହୁ ଅନୁଷ୍ଠାନ ରକ୍ତଦାନ ଶିବିର ଆୟୋଜିତ କରି ରକ୍ତ ସଂଗ୍ରହ କରିଥାନ୍ତି ଏମିତି ରେ ବି ରକ୍ତଦାନ କରିବା ପାଇଁ ବହୁ ସମାଜସେବୀ ଆଗ୍ରହ ପ୍ରକାଶ କରିଥାନ୍ତି। ଏହାକୁ ନେଇ ଆଜି କୋଦଳା “ମା ଲକ୍ଷ୍ମଣଚଣ୍ଡୀ ଅଟୋ ସଙ୍ଘ ” ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି! ଦିଗାପଡା ରୋଡ଼ ସ୍ଥିତ ଅଟୋସଙ୍ଘ କାର୍ଯ୍ୟାଳୟ ପରିସର ରେ ବ୍ରହ୍ମପୁର ବଡମେଡିକାଲ ରକ୍ତ ଭଣ୍ଡାର ର କର୍ମକର୍ତ୍ତା ପଞ୍ଚାନନ ସେଠୀ, ରାମହରୀ ପଣ୍ଡା, ଦିବାକର ତ୍ରିପାଠୀ, ନାଗଭୁଷଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ୪୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ପ୍ରଥମେ ସନ୍ତୋଷ କୁମାର ନାୟକ ରକ୍ତଦାନ କରିଥିବା ବେଳେ ପରେ ପରେ ୩୯ ଜଣ ରକ୍ତଦାନ କରିଥିଲେ । ଅଟୋ ସଙ୍ଘ ସଭାପତି ସଞ୍ଜୟ କୁମାର ପ୍ରଧାନ, ସମ୍ପାଦକ ବିଜୟ କୁମାର ସାହୁ, ଉପସଭାପତି ବିଜୁ ସାହୁ, ସହ ସମ୍ପାଦକ ବିଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ଗୌଡ଼, ସୁଦର୍ଶନ ସ୍ୱାଇଁ, କୁନା ସାହୁ, ସନ୍ତୋଷ କୁମାର ମଲିକ ଓ ସମସ୍ତ ସଙ୍ଘ କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅଟୋସଙ୍ଘ ରକ୍ତ ଦାନ ଶିବିର ଅନୁଷ୍ଠିତ କରିଥିବାରୁ ସାଧାରଣ ରେ ପ୍ରସଂଶା ସାଉଁଟିଛନ୍ତି ।