ମର୍ଦ୍ଦକୋଟ ଠାରେ ୨୦୧୭ ନିର୍ବାଚନ ପୂର୍ବ ରାତିରେ ପିତାମ୍ବର ସ୍ବାଇଁକୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଉପଯୁକ୍ତ ସାକ୍ଷ୍ଯ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

0
145

ବ୍ରହ୍ମପୁର,୨୭/୦୨/୨୦୨୧ : ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମରେ ଗତ ୨୦/୦୨/୨୦୧୭ ତାରିଖ ରାତିରେ ଉକ୍ତ ଗ୍ରାମର ପିତାମ୍ବର ସ୍ବାଇଁଙ୍କୁ ଘରୁ ଡାକିଆଣି ନିଜ ଘର ଆଗରେ ନିର୍ମମ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇ ସଜ୍ଜା ଭୋଗୁଥିବା ଅଭିଯୁକ୍ତଙ୍କୁ ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ମାନ୍ୟବର କୋର୍ଟ ସମସ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଥିବା ଜଣାଯାଇଛି। ଗତ ୨୦୧୭ ମସିହା ଫେବୃଆରୀ ମାସ ୨୧ ତାରିଖ ଦିନ ପଂଚାୟତ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବ ଦିନ ରାତିରେ ପିତାମ୍ବର ସ୍ବାଇଁଙ୍କୁ ତାଙ୍କ ନିଜ ଘରୁ ବାହାରକୁ ଡାକିଆଣି ଘର ଆଗରେ ନିର୍ମମ ହତ୍ୟା କରାଯାଇଥିଲା।ପରେ ତାଙ୍କୁ ହତ୍ୟା କରିବା ଘଟଣାରେ ଉକ୍ତ ଗ୍ରାମର ୨୦ ଜଣଙ୍କ ନାମରେ ସ୍ବର୍ଗତ ପିତାମ୍ବର ସ୍ୱାଇଁଙ୍କ ପରିବାର ତରଫରୁ ଭାଇ ସଦାଶିବ ସ୍ୱାଇଁ ଥାନାରେ ଏତଲା ଦେଇଥିଲେ ଓ କୋଦଳା ଥାନା କେଶ ନମ୍ବର ୫୦/୨୦୧୭ ରେ ମାମଲା ରୁଜ୍ଜୁ ହୋଇଥିଲା। ପରେ ଏହି ମାମଲା ଖଲ୍ଲିକୋଟ ମାନ୍ୟବର କୋର୍ଟ ଜି ଆର କେଶ୍ ନମ୍ବର ୧୦୨/୨୦୧୭ ଓ ପରେ ମାନ୍ୟବର ଅତିତିକ୍ତ ଜିଲ୍ଲା ଜର୍ଜ କୋର୍ଟରେ ସେସନ ଟ୍ରାଇଲ କେଶ୍ ନମ୍ବର ୨୪୫/୨୦୧୭ ରେ ମାମଲ। ପରିଚାଳିତ ହେଉଥିଲା । ଏହା ପରେ ବିଭିନ୍ନ ପର୍ଯ୍ୟାୟରେ ଆଗରୁ୧୪ ଜଣ ଜାମିନରେ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ରବୀନ୍ଦ୍ର ପାତ୍ର ନାମକ ବ୍ୟକ୍ତି ସାପ କାମୁଡ଼ାରେ ପ୍ରାଣ ହରାଇଥିଲେ। ୧୯ ଜଣଙ୍କ ମଧ୍ୟରୁ ଆଉ ୬ ଜଣ ଜେଲରେ ଥିବାବେଳେ ଗତ କାଲି ଖଲ୍ଲିକୋଟ ସ୍ଥିତ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ସୀମାଞ୍ଚଳ ସାମଲ, ଗୌରୀ ସାମଲ, ଧର୍ମେନ୍ଦ୍ର ବେହେରା, ଲଳିତ ସାମନ୍ତରାୟ, ମାଗି ସାମଲ, ସନ୍ତୋଷ ସାମଲ, ନାରାୟଣ ପ୍ରଧାନ, ପ୍ରଦୀପ ସ୍ୱାଇଁ, ଦେବରାଜ ପଲେଇ, ରାଜେନ୍ଦ୍ର ବେହେରା, କବିରାଜ ସ୍ୱାଇଁ, ଗଙ୍ଗା ସ୍ୱାଇଁ, ଇନ୍ଦ୍ରଜିତ ବେହେରା, ମହେଶ୍ୱର ସାହୁ, କ।ମ୍ପ ବେହେରା, ସୋମନାଥ ସାହୁ, ଉତ୍ତମ କୁମାର ବିଶ୍ବାଳ, ସନ୍ତୋଷ ପଲେଇ, ଓ ବୁଲୁ ପଲେଇ ଏହି ସମସ୍ତ ୧୯ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି । ମୃତ ପିତାମ୍ବରଙ୍କ ପକ୍ଷରୁ ସରକାରୀ ଆଇନଜୀବୀ ଏସ. ଏ .ପଟ୍ଟନାୟକ କେଶ୍ ଲଢ଼ୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ନୀଳ।ମ୍ବର ଶତପଥୀ ଓ ସହଯୋଗୀ ସୌରୀବନ୍ଧୁ ମହାପାତ୍ର କେଶ୍ ଲଢୁଥିଲେ । ମୃତ ପିତାମ୍ବର ସ୍ବାଇଁଙ୍କ ପରିବାରରେ ବର୍ତମାନ ତାଙ୍କ ବିଧବା ପତ୍ନୀ ଓ ଗୋଟିଏ ପୁଅ, ଗୋଟିଏ ଝିଅ ଥିବାବେଳେ ଆଉ ଗୋଟିଏ ଝିଅ ବିବାହ କରିସାରିଛନ୍ତି । ଏହି ମାମଲା ଟି ଦୀର୍ଘ ୪ ବର୍ଷ ୪ ଦିନ ଧରି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here