କୃଷି ଆଇନ ବାତିଲ ଏବଂ ଦର ବୃଦ୍ଧି ବିରୁଦ୍ଧରେ ବିକ୍ଷୋଭ

0
170

ବ୍ରହ୍ମପୁର, ୨୭/୦୨/୨୦୨୧(ବ୍ୟୁରୋ ରିପୋର୍ଟ) କୃଷକ ବିରୋଧି କୃଷି ଆଇନ ରଦ୍ଦ କରିବା, ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ର ଆକାଶଛୁଆଁ ଦର ବୃଦ୍ଧି ବାତିଲ କରିବା, ଏମ ଏସ ପି ପାଇଁ ଆଇନ କରିବା, ଚାଷୀ ଏବଂ ଭାଗ ଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କ୍ରୟ କରିବା ପ୍ରଭୃତି ଦାବି ରେ ଆଜି ଦେଶ ବ୍ୟାପି କିଷାନ -ମଜଦୁର ଏକତା ଦିବସ ଅବସରରେ ବ୍ରହ୍ମପୁର ର କାମାପଲ୍ଲୀ ଛକ ଠାରେ AIKSCC ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ଦିଲ୍ଳୀ ଚାଲ କିଷାନ ଆନ୍ଦୋଳନ ଆଜିକୁ ୩ ମାସରୁ ଉର୍ଦ୍ଧ ସମୟ ଧରି ଚାଲୁ ରହିଛି ଏବଂ ପ୍ରାୟ ୨୫୦ ରୁ ଉର୍ଦ୍ଧ ଚାଷୀ ମୃତ୍ୟୁ ବରଣ କଲେଣି ତଥାପି ମୋଦି ସରକାର ଆନ୍ଦୋଳନ ପ୍ରତି ଭୃକ୍ଷେପ ନକରି ବରଂ ଚାଷୀଙ୍କ ର ଏହି ଶାନ୍ତିପୂର୍ଣ ଓ ଏକତା ବଦ୍ଧ ଆନ୍ଦୋଳନ କୁ ଦମନ କରିବା ପାଇଁ ଚଳାଇ ଥିବା ନାନାଦି ହୀନ କାର୍ଯ୍ୟକଳାପ କୁ ସଂଘର୍ଷ ସମିତି ପକ୍ଷରୁ ତୀଵ୍ର ନିନ୍ଦା ଓ ପ୍ରତିବାଦ କରାଯାଇଛି। ଗୋଟିଏ ପଟେ ସରକାର ପେଟ୍ରୋଲିୟମ୍ ଜାତ ସାମଗ୍ରୀ ସାଙ୍ଗ କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଅହେତୁକ ଦର ବୃଦ୍ଧି କରି ଲୋକଙ୍କୁ ସର୍ବ ସ୍ୱାନ୍ତ କରିଥିବା ବେଳେ ଅନ୍ୟପଟରେ ଚାଷୀ ଫସଲ ର ସର୍ବନିମ୍ନ ସହାୟକ ମୂଲ୍ୟ ନ ପାଇ ନିଜେ ଆତ୍ମ ହତ୍ୟା କରୁଛି।ଧାନର ଅଭାବୀ ବିକ୍ରି ରେ ଚାଷୀ ସଢୁ ଥିବା ବେଳେ ଏଦିଗରେ ପ୍ରଶାସନର ଅପାରଗତା କୁ ସମାଲୋଚନା କରାଯାଇଥିଲା।ଆଗାମୀ ଦିନରେ କୃଷକ ଏବଂ ମଜଦୁର ପକ୍ଷରୁ ସମ୍ମିଳିତ ଆନ୍ଦୋଳନ କୁ ବଳିଷ୍ଠ କରି ଗଢ଼ି ତୋଳିବାକୁ ଆହ୍ୱାନ ଦିଆଯାଇଥିଲା।ଆଜିର ଏ ବିକ୍ଷୋଭ କାର୍ଯ୍ୟକ୍ରମ ରେ କୃଷକ ନେତା ପି ହରିକୃଷ୍ଣ ରେଡ୍ଡୀ, ବସନ୍ତ ନନ୍ଦ, ପ୍ରତାପ କୁମାର ନାୟକ, ସୁଦର୍ଶନ ସ୍ୱାଇଁ, କୈଳାସ ପାତ୍ର, ଗୋପାଳ ରାଉତ, ପି. ପାର୍ବତୀ, ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ ଏବଂ ଶ୍ରମିକ ନେତା ପ୍ରକାଶ ପାତ୍ର, ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ରୋହିତ ବିଷୋୟୀ, ପଞ୍ଚାନନ ଜେନା, ଅଶୋକ ଦାସ, ପୁରୁଷୋତ୍ତମ ସାହୁ ପ୍ରମୁଖ ଆନ୍ଦୋଳନ ର ନେତୃତ୍ୱ ନେଇ ଥିଲେ।

LEAVE A REPLY

Please enter your comment!
Please enter your name here