ସୁମଣ୍ଡଳ ଠାରେ ଦୁଇ ଦିନିଆ ସର୍ଟ ସର୍କଲ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ୍ ।

0
153

ବ୍ରହ୍ମପୁର, ୨୭/୦୨/୨୦୨୧:ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ରବି ଘୋଷ ହାଇସ୍କୁଲ ଷ୍ଟାଡିୟମ ପରିସରରେ ଏକ ଭିନ୍ନ ଢଙ୍ଗର ଲକ୍ଷ୍ମୀ ନାରାୟଣ ସର୍ଟ ସର୍କଲ ରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପ୍ରତିଟି ମ୍ୟାଚ ୮ ଓଭର ବିଶିଷ୍ଟ ହୋଇଥିବା ବେଳେ ଖେଳ ସର୍ଟ ସର୍କଲ ମଧ୍ୟରେ ଅନୁଷ୍ଠିତ ହେବା ସହିତ ଏହି ଟୁର୍ଣ୍ଣାମେଣ୍ଟ ରେ ୧୨ ଟି ଟିମ ଅଂଶଗ୍ରହଣ କରିଥିବା ବେଳେ ଏହା ମାତ୍ର ୨ ଦିନ ଧରି ଚାଲିବ । ଆଜିର ଏହି ଟୁର୍ଣ୍ଣାମେଣ୍ଟ କୁ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡି ଉଦଘାଟନ କରିଥିବା ବେଳେ ସୁମଣ୍ଡଳ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସାହୁ, ବସନ୍ତ କୁମାର ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବିଶ୍ୱାଳ, ଜୟଦେବ ବାରିକ, ଶରତ ଚନ୍ଦ୍ର ପାଣ୍ଡି, ପ୍ରଦୀପ କୁମାର ବିଶ୍ୱାଳ ,ଶୁଭକାନ୍ତ ଗୌଡ଼, ବିଜୟ କୁମାର ନାୟକ, ରବୀନ୍ଦ୍ରନାଥ ମହାରଣା ଙ୍କ ସମେତ ଅନ୍ୟାନ୍ୟ ଅତିଥି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନ ମ୍ୟାଚ କୁମାରିପାରି ଦଳ ସହ ମର୍ଦ୍ଦକୋଟ ଦଳ ସହ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଖେଳକୁ ସନ୍ତୋଷ କୁମାର ସାହୁ ଓ କାର୍ତ୍ତିକଡାକୁଆ ପରିଚାଳନା କରିଥିବା ବେଳେ ପି. କୃଷ୍ଣ ଚନ୍ଦ୍ର ଦୋରା ଧାରା ବିବାରଣୀ ପ୍ରଦାନ କରିଥିଲେ । ଘରୋଇ ଟିମର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here