ନୂଆ ବାରକାସ ସାହିରେ ୫/୬ ସ୍ଥାନରେ ପାଣି ପାଇପ ଫାଟି ପାଣି ରାସ୍ତା ରେ ଭାସୁଛି

0
155

ବ୍ରହ୍ମପୁର, ୦୪/୦୩/୨୦୨୧: ସ୍ଥାନୀୟ ନୂଆ ବାରକାସ ସାହି ଠାରେ ଜାନିବିଲି ପାଣି କନେକ୍ସନ ର ରବର ପାଇପ ଫାଟି ଦୀର୍ଘ ୨୦/୨୫ଦିନ ହେଲା ରାସ୍ତା ରେ ପାଣି ଭାସୁଛି। ପ୍ରାୟ ୫/୬ଟି ସ୍ଥାନରେ କନେକ୍ସନ ରବର ପାଇପ ଫାଟି ପାଣି ଭାସିବା ଦ୍ବାରା ସାହି ବାସିନ୍ଦା ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେବାର ସଂଭାବନା ବାଦ ଦିଆଯାଇପାରେ। ସବୁଠାରୁ ବଡ କଥା ବାଚସ୍ପତି ସୂର୍ଯ ନାରାୟଣ ପାତ୍ର ଙ୍କ ଘର ପାଇପ ଫାଟି ପାଣି ରାସ୍ତା ରେ ଜମା ହେଉଛି। ଜନସ୍ୱାସ୍ଥ୍ୟ କତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ଯ କୌଣସି ଫଳପ୍ରଦ ହେଉନାହିଁ। ଆଜି ଠିକ୍ କରିଦେବା କହି ଆଳ ଦେଖାଉଛନ୍ତି। ପାଣି ଆସିବା ମାତ୍ରେ ପୁରା ସାହି ଜଳମଗ୍ନ ହୋଇଯାଇଛି। ଜନସାଧାରଣ ରାସ୍ତା ରେ ଚାଲିବା କଷ୍ଟକର ହେଉଅଛି। ପ୍ରଶାସନ ତୁରନ୍ତ ଏହାର ପଦକ୍ଷେପ ନେବା ପାଇଁ ସାହି ବାସିନ୍ଦା ଦାବୀ କରୁଛନ୍ତି। ଏଲ ଏଣ୍ଡ ଟି ଜାନିବିଲି କାର୍ଯ୍ୟ ହାତ କୁ ନେଇ ରାସ୍ତାଘାଟ ଖୋଲି ନିମ୍ନମାନର ରବର ପାଇପ କନେକ୍ସନ କରିଥିବା ଯୋଗୁଁ ଏପରି ପିଇବା ପାଣି ରାସ୍ତା ରେ ଭାସୁଥିବା ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here