ପୁଣି ଅଲୋଡ଼ା ହେଲା କନ୍ୟାରତ୍ନା ରେଳ ଧାରଣାରୁ ମିଳିଲା ଦେଢ଼ବର୍ଷଶିଶୁର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ

0
229

ଛତ୍ରପୁର, ୦୪/୦୩/୨୦୨୧:ଛତ୍ରପୁର ଅନ୍ତର୍ଗତ ବଡ଼ଶଙ୍ଖ ନିକଟରେ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗୋଟାଏ ଛୋଟ କନ୍ୟାସନ୍ତାନକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ଘଟଣା ଅନୁସାରେ, ଗୋଟିଏ ଛୋଟ ଝିଅର ମୃତ ଦେହ କିଛି ସ୍ଥାନୀୟ ଲୋକ ପ୍ରଥମେ ଦେଖିଥିଲେ । ବଡ଼ଶଙ୍ଖ ଦେଇ ଯାଇଥିବା ରେଳ ବ୍ରିଜ୍‌ ପାଖରେ ଏହି ଝିଅଟିକୁ କେହି ମାରି ଗଣ୍ଡିରୁ ମୁଣ୍ଡ ଅଲଗା କରି ବ୍ରିଜ଼ କଡରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି l

ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧlନ ଚଳାଇଛି । ତେବେ ମୃତ୍ୟୁ ଶିଶୁ କନ୍ୟାର ପରିଚୟ ଜଣା ପଡିନଥିବା ବେଳେ ଶିଶୁଟିର ବୟସ ଆନୁମାନିକ ବର୍ଷେରୁ ଦେଢ଼ ବର୍ଷ ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here