ବାରାହା ଆକ୍ରମଣରେ ସାତଜଣ ଗୁରୁତର

0
144

ଶେରଗଡ,୦୪/୦୩/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ଆଜି ସକାଳେ ଶେରଗଡ ବ୍ଲକ ର ଚନ୍ଦ୍ରମଣିପୁର ଗାଁ କେତେକ ଚାଷୀ ଭୋରରୁ କ୍ଷେତ କୁ ମୁଗବିରି ସଂଗ୍ରହ ପାଇଁ ଯାଇ କେତେକ ବାରାହା ଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାତଜଣ ଆହତ ହୋଇଛନ୍ତି।ଆହତମାନେ ହେଲେ ଜୀବନ ଗୌଡ,ସୂର୍ଯ୍ୟ ଗୌଡ ସନ୍ତ ବାରିକ, ଶୁଶିଳା ଗୌଡ,ଶୁଶିଳା ସ୍ୱାଇଁ,ଜୟନ୍ତୀ ଜେନା ଓ ପ୍ରିୟଙ୍କା ବିଷୋୟୀ।ପ୍ରଥମେ ଆହାତ ମାନଙ୍କୁ ହିଞ୍ଜିଳିକାଟୁ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଛି।ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ପଠାଇ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here