ବିଜେଡି ସକ୍ରିୟ କର୍ମୀଙ୍କ ସାଂଗଠନିକ ବୈଠକ

0
143

ବୁଗୁଡା,୦୪/୦୩/୨୦୨୧: ବୁଗୁଡା ବ୍ଲକ ବିଜୁ ଜନତା ଦଳର କରଚୁଲି ପାଞ୍ଚାୟତର ସକ୍ରିୟ କର୍ମୀଙ୍କୁ ନେଇ ରାମପାଦ ପୀଠରେ ଏକ ବୈଠକ ମାର୍ଚ୍ଚ ୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଦଳୀୟ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, କରଚୁଲି ସରପଞ୍ଚ ଧୋବା ପ୍ରଧାନ, ସମିତି ସଭ୍ୟା ଶ୍ରୀମତୀ ପାତ୍ର ପ୍ରମୁଖଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ। ଏହି ଅବସରରେ ରାମପାଦ ଆଶ୍ରମ ନିକଟରେ ଏକ କୋଠା ଗୃହକୁ ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଗ୍ରାମବାସୀ ଖୋଳ କୀର୍ତ୍ତନ ସହ ପ୍ରକଳ୍ପ ସ୍ଥଳକୁ ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ନେଇଥିଲେ। ମହିଳା ମାନଙ୍କ ହୁଳହୁଳି ଶବ୍ଦରେ ରାମପାଦ ଆଶ୍ରମ ସ୍ଥଳୀ କମ୍ପି ଉଠିଥିଲା।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here