ବୁଗୁଡା ବ୍ଲକରେ କୃଷି ରଥର ଶୁଭାରମ୍ଭ କଲେ ବିଧାୟକ ।

0
217

ବୁଗୁଡା,୦୪/୦୩/୨୦୨୧: ବୁଗୁଡା ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୪ ତାରିଖ ଦିନ କଦମ୍ବ ମଠ ଠାରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା କୃଷି ରଥର ଶୁଭାରମ୍ଭ ହୋଇଯାଇଛି। ଓଡିଶା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ରାଜ୍ୟ ସଘନ କୃଷି ସମ୍ପ୍ରସାରଣ ଯୋଜନା ୨୦-୨୧ ଆନୁକୂଲ୍ୟରେ ଆୟୋଜିତ ସପ୍ତାହ ବ୍ୟାପୀ ସମସ୍ତ ପାଞ୍ଚାୟତ ପରିକ୍ରମା କରିବାକୁ ଥିବା କୃଷି ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ସାହୁ ଯୋଗଦେଇ ସବୁଜ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରିଥିଲେ। ବୁଗୁଡା ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟିଙ୍କ ସଂଯୋଜନାରେ କୃଷି ରଥ ର ଶୁଭାରମ୍ଭ ଉପଲକ୍ଷେ ଆୟୋଜିତ ସଭାରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ବହୁ ଯୋଜନା କରିଥିବା ବେଳେ ତାହା ଯେପରି ସମସ୍ତ କୃଷକଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ସମସ୍ତେ ଉଦ୍ୟମ କରିବାକୁ ଅନୁରୋଧ କରିବା ସହ କୃଷକ ମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ସାହୁ ଯୋଗଦେଇ ସରକାରଙ୍କ ବିଭିନ୍ନ କୃଷି ଯୋଜନା ବିଷୟରେ ପ୍ରାଞ୍ଜଳ ଭାବେ ଚାଷୀ ମାନଙ୍କୁ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ଜିଲ୍ଲାପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, କୃଷି ବୈଷୟିକ ପରିଚାଳନା ସଂସ୍ଥା ଅଧ୍ୟକ୍ଷ ମୁକୁନ୍ଦ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପାଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ବହୁ କୃଷକ ଯୋଗଦେଇଥିଲେ। ଏହି ଅବସରରେ କୃଷି ବୈଷୟିକ ପରିଚାଳନା ସଂସ୍ଥା ପକ୍ଷରୁ ତାକରଡ଼ା ମା ସନ୍ତୋଷି ସ୍ୱୟଂ ସହାୟିକା ଗୃପ, ବିରଞ୍ଚିପୁର ମିରାବାଇ ସ୍ୱୟଂ ସହାୟିକା ଗୃପ,ଭାଗବାନପୁର ମା ସନ୍ତୋଷି ସ୍ୱୟଂ ସହାୟିକା ଗୃପ ଓ ଭାମଶ୍ୟାଳି ରାଧାକୃଷ୍ଣ ସ୍ୱୟଂ ସହାୟିକା ଗୃପ କୁ ମାଛ ଚାଷ ଓ ଜିଆ ଚାଷ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବୁଗୁଡା କୃଷି ଅଧିକାରୀ ସ୍ୱାଗତିକା ପତି ପରିଚାଳନା କରିବା ସହ କୃଷି ରଥ ଓ ଲୋକ ନୃତ୍ୟ ଦାସକାଠିଆ ମାଧ୍ୟମରେ ସମସ୍ତ ଗ୍ରାମ ପଞ୍ଚାୟତରେ କୃଷକମାନଙ୍କୁ ସଚେତନତା କରାଯିବ ବୋଲି ପ୍ରକାଶ କରିଥିଲେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here