ଘଟକେଶ୍ବର ଶୈବପୀଠରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ବାର୍ଷିକ ସ୍ବତନ୍ତ୍ର ବୈଠକ।

0
498

ବ୍ରହ୍ମପୁର, ୦୩/୦୩/୨୦୨୧: ଗଞ୍ଜାମ ଜିଲ୍ଲାର ସବୁଜ ବନାନୀ ପରିବେଷ୍ଟିତ କେରାଣ୍ଡି ମାଳ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅନ୍ୟତମ ସର୍ବ ପୁରାତନ ଶୈବପୀଠ ଘଟକେଶ୍ବର ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ବାର୍ଷିକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ପ୍ରଫେସର ଡକ୍ଟର ରବିନାରାୟଣ ମିଶ୍ର କାର୍ଯ୍ୟକାରୀ ସଭାପତି ରାଧାଚରଣ ନାୟକ ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସୀନ ହୋଇ ସଭା ଉଦ୍ଘାଟନ କରିଥିଲେ। ସାଧାରଣ ସମ୍ପାଦକ ଶ୍ରୀପଲ୍ଲବ ବାର୍ଷିକ ବିବରଣୀ ରେ ଉପସ୍ଥାପନ କରିଥିଲେ ଯେ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଗତ ୧୫ ଅଗଷ୍ଟ
୨୦୨୦ ରେ ହେବାକୁ ଥିବା ବାର୍ଷିକ ଉତ୍ସବ ସ୍ଥଗିତ ରଖାଯାଇଥିଲା।ଆଜି ତାର ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ ହୋଇଛି ଏବଂ ଆସନ୍ତା ୧୫ ଅଗଷ୍ଟ ୨୦୨୧ ରେ ଅନୁଷ୍ଠାନ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ଏବଂ ବର୍ତ୍ତମାନ ଆମ ରାଜ୍ୟ ରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧିନ । କରୋନା ଟିକା ବରିଷ୍ଠ ନାଗରିକ ମାନଙ୍କୁ ପ୍ରଦାନ କରାଯାଉଛି ତାହା ସମସ୍ତେ ନେବା ଉଚିତ୍ , ଏଥିପାଇଁ ଜନ ସଚେତନତା ସୃଷ୍ଟି କରାଯାଉ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହିତ ଜିଲ୍ଲାର ଅନ୍ୟତମ ସର୍ବପୁରାତନ ଏହି ଶୈବପୀଠ ଘଟକେଶ୍ବର, ଏଠାରେ ବିଦ୍ୟମାନ ମହାପ୍ରଭୁ ଶ୍ରୀ ଘଟକେଶ୍ବର ଙ୍କ ନାମାନୁସାରେ ନାମିତ।ଏହି
ପ୍ରାକୃତିକ ସବୁଜ ଶୋଭା ମଣ୍ଡିତ ପୀଠର ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ
ଉନ୍ନତି କରଣ କରାଗଲେ ପ୍ରତ୍ୟେକ ବର୍ଷ ଆସୁଥିବା ହଜାର ହଜାର ଭକ୍ତ ତଥା ଯାତ୍ରୀଙ୍କ ସୁବିଧା ହୋଇପାରିବ ବୋଲି ମତବ୍ୟକ୍ତ କରାଯାଇଥିଲା।
ଏବଂ ଗତ ୨୮/୦୨/୨୦୨୧ରେ ପଲାସା ଭୁବନେଶ୍ୱର ମେମୋ ଟ୍ରେନ୍ ରୁ ଦ୍ରୁତଗାମୀ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ପୂର୍ବଭଳି ସାଧାରଣ ଭଡ଼ା ପ୍ରଚଳନ କରାଯିବା ସହ ଅନ୍ୟ ମେମୋ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ କୁ ପ୍ରଦାନ ଯାଇଥିବା ସ୍ମାରକପତ୍ର ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ଏହି ମେମୋ ଟ୍ରେନ୍ର ରେ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଠାରୁ ଓଡ଼ିଶାର କଟକ ପାରାଦୀପ ସହ ଅନ୍ୟାନ୍ୟ ଅଂଚଳର ଦୈନିକ ଦଶହଜାର ରୁ ଉର୍ଦ୍ଧ୍ବ ସାଧାରଣ ଜନତା ନିର୍ଭର କରୁଛନ୍ତି ତେଣୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ଯଥାଶୀଘ୍ର ଏହାର ସମାଧାନ ଆବଶ୍ୟକ। ପ୍ରାପ୍ତ ସୂଚନା ପ୍ରକାରେ ଆସନ୍ତା ୧୬ ଓ ୧୭ ତାରିଖରେ ରେଳ ବିଭାଗ ଖୋର୍ଦ୍ଧା ରୋଡ଼ ରେଳ ମହାପ୍ରବନ୍ଧକ ଙ୍କ ବ୍ରହ୍ମପୁର ଗସ୍ତ କାର୍ଯ୍ୟକ୍ରମ ରହିଛି ଅନୁଷ୍ଠାନ ତରଫରୁ ଏକ ପ୍ରତିନିଧି ଦଳ ତାଙ୍କୁ ସାକ୍ଷାତ କରି ମେମୋ ଟ୍ରେନ୍ ଚଳାଚଳ କରିବା ସମ୍ପର୍କରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଗଲା। ଆଲୋଚନା ଅବସରରେ ଅସୁସ୍ଥତା ଯୋଗୁଁ ଚିକିସ୍ଛୀତ ହେଉଥିବା ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ସରୋଜକାନ୍ତ ରଥଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ଏବଂ ମନ୍ଦିରରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ରଜନୀକାନ୍ତ ମଣ୍ଡଳ, କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ଙ୍କ ସମେତ ସର୍ବଶ୍ରୀ ହାଡିବନ୍ଧୁ ମାଳି,ଡାକ୍ତର ପ୍ରାଣଚାନ୍ଦ ପଣ୍ଡା, ସୁବାସ ଚନ୍ଦ୍ର ସୁବୁଦ୍ଧି, ରାମକୃଷ୍ଣ ଆଚାରୀ, ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମାଳି, ଶ୍ରୀମତୀ କୁମୁଦିନୀ ଶ୍ରୀପଲ୍ଲବ, ଶ୍ରୀମତୀ ପ୍ରୀୟମ୍ବଦା ମାଳି ବୈରାଗୀ ମଳିକ,ତୁଫାନ ରାଉଳ, ଜି ଅମିତ୍ କୁମାର ଆଚାରୀ ପ୍ରମୁଖ ସଦସ୍ୟ ସଦସ୍ୟା ଓ ପରିବାର ବର୍ଗ ଉପସ୍ଥିତ ଥିଲେ ସମ୍ପାଦକ ରଜନୀକାନ୍ତ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here