ଦଣ୍ଡନାଚ ରେ ଅଶ୍ଳୀଳତାର ପ୍ରସାର ବନ୍ଦ କରିବା ଦାବୀରେ ପୂଜ୍ୟ ପୂଜା ସମିତି ପକ୍ଷରୁ ଉପଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ

0
131

ବ୍ରହ୍ମପୁର, ୦୮/୦୩/୨୦୨୧:ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମହିଳାଙ୍କୁ ବଜାର ଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିବା ବ୍ୟବସ୍ଥା ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଆଜି ସାମାଜିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି l ପ୍ରକାଶଯୋଗ୍ୟ ଯେ,ଗଞ୍ଜାମ ଜିଲ୍ଲାର ସ୍ୱତନ୍ତ୍ର ପାରମ୍ପରିକ କଳା ଓ ସଂସ୍କୃତି ଭାବେ ପରିଚୟ ସୃଷ୍ଟି କରିଥିବା ଦଣ୍ଡନାଚ ଆଜି କିଛି ବର୍ଷରୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟବସାୟୀଙ୍କ ହାତରେ ପଡି ଏହାକୁ ଏକ ବ୍ୟବସାୟିକ ଅନୁଷ୍ଠାନ ଭାବେ ବ୍ୟବହାର କରାଯାଉଛି ଓ ଅଧିକରୁ ଅଧିକ ଲାଭ ଆଶାରେ ସାମାଜିକ ନାଟକ ପ୍ରଦର୍ଶନ ନାଁ ରେ କିଛି ଯୁବତୀ ଙ୍କୁ ମଞ୍ଚରେ ଅଶ୍ଳୀଳ ନଗ୍ନ ନୃତ୍ୟ ଓ ଆଚରଣ ପ୍ରଦର୍ଶନ କରାଯାଉଛି l ଦିନ ବେଳା ଧୂଳିଦଣ୍ଡ, ପାଣିଦଣ୍ଡ କୁ ଅତ୍ୟନ୍ତ ଶୃଙ୍ଖଳାର ସହ ଗ୍ରାମ୍ୟ କଳା ଓ ପାରମ୍ପରିକ କଥିତ ଲୋକ କଥାକୁ ପ୍ରାଧାନ୍ୟ ଦେଇ ଜନ ଆଦୃତ ହେଉଥିବାବେଳେ ରାତିରେ ମଞ୍ଚରେ ବିଭିନ୍ନ ସାମାଜିକ ନାଟକ ନାଁ ରେ ଅଶ୍ଳୀଳ ଓ ନଗ୍ନ ନୃତ୍ୟ ବେଶଭୁଷା ପକାଇ ପ୍ରଦର୍ଶନ ଦ୍ୱାରା ଏକ ଅପସଂସ୍କୃତି ର ପ୍ରଚାର ପ୍ରସାର କରାଯିବାସହ ଶବ୍ଧ ପ୍ରଦୂଷଣ ଯୋଗୁଁ ଅଂଚଳବାସୀ ଖୁବ ପ୍ରଭାବିତ ହେଉଛନ୍ତି l ନାଟକ ଓ କଳାକାରଙ୍କ ଆର୍ଥିକ ନିରାପତ୍ତା ପାଇଁ ସରକାର କୌଣସି ବ୍ୟବସ୍ଥା କରିନଥିବାବେଳେ ଦେବ କାର୍ଯ୍ୟ ମଧ୍ୟରେ ଏହିପରି ନଗ୍ନତା କୁ ଖୁଲମଖୁଲା ପ୍ରସାରଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ଅଙ୍କୁଶ ମୂଳକ ପଦକ୍ଷେପ ନ ନେବା ଜିଲ୍ଲାବାସୀ ଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିଛି l ସପରିବାର ସହ ଏହିପରି ନାଟକ ଦେଖିବା ଗ୍ରହଣୀୟ ହେଉନଥିବା ବେଳେ ମାନସିକ କରିଥିବା ଆୟୋଜକ ମାନେ ମଧ୍ୟ ଏହିପରି ଅପରାଧ ମୂଳକ କାର୍ଯ୍ୟରେ ଭାଗିଦାର ଅଟନ୍ତି ବୋଲି ପୂଜ୍ୟ ପୂଜା ସମିତି ର ସଭାପତି ବଂଶୀଧର ଭୂୟାଁ ମତବ୍ୟକ୍ତ କରିଛନ୍ତି l ଏହା ଦ୍ୱାରା ପ୍ରକୃତ କଳା ଓ କଳାକାରଙ୍କ ମର୍ଯ୍ୟାଦାରେ ମଧ୍ୟ ଆଞ୍ଚ ଆସୁଛି l ନାଟକ ନାଁ ରେ ଏହିପରି ଅଶ୍ଳୀଳ ନଗ୍ନତା କୁ ପ୍ରଦର୍ଶନ କରୁଥିବା ଆୟୋଜକ ଓ ନାଟକ ମାଲିକ, ପରିଚାଳକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପୂଜ୍ୟ ପୂଜା ସମିତି ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l

LEAVE A REPLY

Please enter your comment!
Please enter your name here