ମାଧ୍ୟମିକ ବୃତ୍ତି ପରୀକ୍ଷା : ଅରମାନ ବ୍ଲକରେ ପ୍ରଥମ ଓ ଆୟୁଷ ଏନଏସିରେ ପ୍ରଥମ ।

0
157

ବୁଗୁଡା,୦୮/୦୩/୨୦୨୧: ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଦେଶ ପ୍ରକାରେ ମାଧ୍ୟମିକ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ଗଞ୍ଜାମ ଡ଼ିଇଓ ଅମୂଲ୍ୟ କୁମାର ପ୍ରଧାନଙ୍କ ଦ୍ୱାର ପ୍ରେରିତ ଆଦେଶନାମା ପ୍ରକାରେ ବାଲିପଦର ହାଇ ସ୍କୁଲ ଛାତ୍ର ଅରମାନ ଖଡଙ୍ଗା ବୁଗୁଡା ବ୍ଳକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବୁଗୁଡା ପିପୁଲସ ହାଇ ସ୍କୁଲ ଛାତ୍ର ଆୟୁଷ ପ୍ରସାଦ ହୋତା ବୁଗୁଡା ଏନଏସି ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ବିଦ୍ୟାଳୟ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତା ମାତାଙ୍କ ପାଇଁ ଗୌରବ ଆଣିପାରିଛନ୍ତି। ମାଧ୍ୟମିକ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କୃତ୍ତିତ୍ୱ ଅର୍ଜନ କରିଥିବା ଏହି ଛାତ୍ରମାନେ ଗତ ୦୧/୦୪/୨୦ ତାରିଖ ଠାରୁ ୨୪ ମାସ ପାଇଁ ମାସିକ ୨୫୦ ଟଙ୍କା ହିସାବରେ ମୋଟ ୩ ହଜାର ଟଙ୍କାର ବୃତ୍ତି ପାଇବେ।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here