କୃଷକ ଅଧିକାର ଯାଥାକୁ ସାନଖେମୁଣ୍ଡିରେ ବିପୁଳ ସମ୍ୱର୍ଦ୍ଧନା ।

0
163

ବ୍ରହ୍ମପୁର,୧୩/୦୩/୨୦୨୧ : ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ କୃଷି ଆଇନକୁ ବାତିଲ ତଥା କୃଷକର ଅଧିକାରକୁ ଆଗକୁ ନେବାପାଇଁ ୧୨ ମାର୍ଚ୍ଚ ରୁ ୨୩ ମାର୍ଚ୍ଚ ମହାତ୍ମାଗାନ୍ଧୀ ମାର୍ଗରୁ ବାହାରିଥିବା କୃଷକ ଅଧିକାର ଯାଥାକୁ ସାନଖେମୁଣ୍ଡି ଓ ଦିଗପହଣ୍ଡିରେ AIKMS ବ୍ଲକ କମିଟି ତରଫରୁ ବିପୁଳ ସମ୍ଭର୍ଦ୍ଧନା ଜ୍ଞାପନ ଦିଆଯାଇଛି I ଏହି ସମ୍ଭର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକସ୍ଥିତ ଗଣିଆନାଳ, ସାନଖେମୁଣ୍ଡି ବ୍ଲକ ପୋଡାମାରି ଫରେଷ୍ଟଗେଟ ଓ ଟି.ଗୋବିନ୍ଦପୁର ଠାରେ ରଥକୁ ଅଟକାଇ ପୁଷ୍ପଗୁଚ୍ଛ ସହ ଉତ୍ସ୍ୱଶିତ ସମ୍ଭର୍ଦ୍ଧନା ଦିଆଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ପ୍ରତାପ ପ୍ରଧାନ , ଲଡ଼ୁ କିଶୋର ଡାକୁଆ , ତୋଫାନ ସ୍ୱାଇଁ , ମଙ୍ଗଳା ଗମାଙ୍ଗ , ପରମା ପରିଛା , ପ୍ରତାପ ନାୟକ , ଶିବରାମ ସାହୁ , ନାରାୟଣ ଗୌଡ଼ ପ୍ରମୁଖ ନେତୃତ୍ୱ ନେଇଥିଲେ I

କୃଷି କ୍ଷେତ୍ରରୁ କର୍ପୋରେଟ ହଟାଅ -କୃଷି ଓ କୃଷକ -ଦେଶ ବଞ୍ଚାଅ କୃଷକ ସର୍ବନାଶକାରି କୃଷି ଆଇନ ପ୍ରତ୍ୟାହାର କରିବା ଦାବୀ ନେଇ ରାଜ୍ୟ ସ୍ତରୀୟ କିଷାନ ଅଧିକାର ଯାତ୍ରା ଅବସରରେ ସମ୍ବର୍ଦ୍ଧନା ସଭାରେ ସଂଯୁକ୍ତ କିଷାନ ମୋର୍ଚା ଏବଂ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ର ଡାକରା ରେ ଆସନ୍ତା ମାର୍ଚ୍ଚ ୨୩ ରେ ଭୁବନେଶ୍ୱର ଅନୁଷ୍ଠିତ ହେବାକୁଥିବା ସମାବେଶରେ ସାମିଲ ହେବାକୁ ଚାଷୀଙ୍କୁ ଆହ୍ୱାନ କରାଯାଇଥିଲା I
ଉକ୍ତ ଅଭିଯାତ୍ରୀ ଦଳରେ ଏଆଇକେଏଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ , ନ୍ୟାସନାଲ ଆଲିଆନସ୍ ଅଫ ପିପୁଲସ୍ ମୁଭମେଣ୍ଟର ପ୍ରଫୁଲ୍ଲ ସାମନ୍ତରା , ଅଖିଳ ଭାରତ କୃଷକ ସଭାର ଶଶୀ ଭୂଷଣ ସ୍ବାଇଁ , ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଲିଙ୍ଗରାଜ , ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରହୀ , ଅଲ ଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଗଠନର ନିରଞ୍ଜନ ମହାନ୍ତି , ଅଲ ଇଣ୍ଡିଆ କ୍ରାନ୍ତିକାରୀ କିଷାନ ସଭାର ଶଙ୍କର ସାହୁ, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମ୍ ର ନରେନ୍ଦ୍ର ମହାନ୍ତି , ଅଖିଳ ଭାରତ କୃଷକ ମହାସଭା ସର୍ବେଶ୍ବର ଭାରତୀ , ଚାଷୀ ମୂଲିଆ ସୁରକ୍ଷା ଓ ସଂଗ୍ରାମ ପରିଷଦ ବଳଭଦ୍ର ମଲ୍ଲିକ ପ୍ରମୁଖ ଏହି ଯାଥାର ନେତୃତ୍ବ ନେଉଛନ୍ତି । ଏତଦ୍ ବ୍ୟତୀତ ଓଡିଶା କୃଷକ ସଭାର ଯମେଶ୍ବର ସାମନ୍ତରାୟ ଓ ଅଭିରାମ ବେହେରା , AIKMKS ର ନିରାକାର ନାୟକ , AIKMS କୃଶନାଥ ପ୍ରଧାନ , AIKS ରାମଚନ୍ଦ୍ର ମୁଦୁଲି , CMSSP ରବିଚନ୍ଦ୍ର ପ୍ରଧାନ ଆଦି ଏହି ଯାଥାରେ ସାମିଲ ହୋଇଥିବା ଜଣା ଯାଇଅଛି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here