ଜଙ୍ଗଲ ସୁରକ୍ଷା ପାଇଁ ନାଚ ଓ ଗୀତ ମାଧ୍ୟମରେ ଜନସଚେତନତା ।

0
305

ବୁଗୁଡା, ୧୩/୦୩/୨୦୨୧: ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରଚାର ସହ ନାଚ ଓ ଗୀତ ପ୍ରଭୃତି ମାଧ୍ୟମ ଭାବେ ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ବୁଗୁଡା ବନାଞ୍ଚଳ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଫରେଷ୍ଟ ସେକ୍ସନର ଗ୍ରାମାଞ୍ଚଳରେ ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ଅଭିଯାନ ଜାରି ରଖିଛନ୍ତି। ଗତ ମାର୍ଚ୍ଚ ୧୦ ତାରିଖ ଦିନ ଜଙ୍ଗଲ ସୁରକ୍ଷା ପାଇଁ ଏକ ବଡ ଧରଣର ସଚେତନତା ରାଲେ ଓ ସାଧାରଣ ଅନୁଷ୍ଠିତ ହୋଇଥିଲା। ମାର୍ଚ୍ଚ ୧୧ ତାରିଖ ଠାରୁ ଧାରାବାହିକ ଭାବେ ଡ଼ାକବାଜି ଯନ୍ତ୍ର ଦ୍ୱରା ଜଙ୍ଗଲରେ ନିଆଁ ଲଗାଇଲେ ବା ଉଦ୍ୟମ କଲେ ଆଇନ ଅନୁଯାୟୀ ଆର୍ଥିକ ଦଣ୍ଡ ସହ ପାଞ୍ଚ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଛି ବୋଲି ପ୍ରଚାର କରିବା ସହ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ପରିବେଶ ଉପରେ କିପରି କୁପ୍ରଭାବ ପଡୁଛି ତାହା ଜନସାଧାରଣଙ୍କୁ ବୁଝାଇଥିଲେ। ବର୍ତ୍ତମାନ ନାଚ ଓ ଗୀତ ମାଧ୍ୟମରେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ମାନବ ସମାଜ ଉପରେ ଏହାର କୁପ୍ରଭାବ ପଡି କଣ ସବୁ କ୍ଷତି ହେଉଛି ଜନସାଧାରଣଙ୍କୁ ଅବଗତ କରାଯାଉଛି। ବନବିଭାଗର ଏହି ପ୍ରକାର ଜନସଚେତନତା କାର୍ଯ୍ୟକ୍ରମ ନିଶ୍ଚିତ ଭାବେ କିଛି ମାତ୍ରାରେ ପ୍ରବାହ ପକାଇବ ବୋଲି ଆଶା କରାଯାଉଛି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here