ଯୁଗ୍ମ ତଦନ୍ତ ପରେ ବାଲିଘାଟ ଅନୁପଯୁକ୍ତ, ଘାଟ ନିଲାମ ହେବ କିପରି ? : ତହସିଲଦାର

0
334

ବୁଗୁଡା,୨୬/୦୩/୨୦୨୧: ବୁଗୁଡା ତହସିଲ ଅନ୍ତର୍ଗତ ବିଭିନ୍ନ ବାଲିଘାଟ ନିଲାମ ହେଉନଥିବା ବିଷୟ ନେଇ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କଙ୍କ ସହ ଆଲୋଚନା କରିବା ବେଳେ ସେ ପ୍ରକାଶ କରିଛନ୍ତି ଯେ ଯୁଗ୍ମ କମିଟି ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାପରେ ଗଞ୍ଜାମ ଜିଲ୍ଲାପାଳ ମହୋଦୟ ବାଲିଘାଟ ନିଲାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଯୋଗୁଁ ବାଲିଘାଟ ନିଲାମ ବନ୍ଦ କରାଯାଇଛି। ବୁଗୁଡା ବ୍ଲକରେ ଏକମାତ୍ର ବାଘୁଆ ନଦୀ ପ୍ରବାହିତ ହେଉଥିବା ବେଳେ ବାଘୁଆ ନଦୀ ଉପରେ ମତାଝରି ଠାରେ ବାଘୁଆ ଜଳ ଭଣ୍ଡାର ନିର୍ମାଣ ଓ ଦଦରାଖୋଲ ନିକଟରେ ଆନିକଟ ନିର୍ମାଣ ହୋଇଥିବା ଯୋଗୁଁ ବାଲି ଆସିପାରୁ ନାହିଁ। ସେଥିପାଇଁ ଜଳସେଚନ ବିଭାଗ, ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଯୁଗ୍ମ କମିଟି ସମସ୍ତ ବାଲିଘାଟ ଅନୁସନ୍ଧାନ କରିବା ପରେ ସେଠାର ବାଲି ଅନୁପଯୁକ୍ତ ହୋଇଥିବା ଦର୍ଶାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ପାଇବା ପରେ ଗଞ୍ଜାମ ଜିଲ୍ଲାପାଳ ମହୋଦୟ ବୁଗୁଡା ତହସିଲ ଅନ୍ତର୍ଗତ ସମସ୍ତ ବାଲିଘାଟ ଇଲାମ ହୋଇପାରିବ ନାହିଁ ବୋଲି ବୁଗୁଡା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୁଗୁଡା ତହସିଲରେ ବାଲି ମିଳୁନଥିବା ବେଳେ ନିର୍ମାଣ କାର୍ଯ୍ୟ ପାଇଁ ଜନସାଧାରଣ ହାଇୱା ଟ୍ରିପ ପିଛା ଦଶ ହଜାର ଟଙ୍କା ଖର୍ଚ୍ଚ କରି ଆଣୁଥବା ଜଣାପଡ଼ିଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here