ଭବାନୀପାଟଣା ରୁ ନୂଆପଡା ଆସୁଥିବା ମଣିବାବା ବସ ଦୁର୍ଘଟଣା ଗ୍ରସ୍ତ

0
176

ବଲାଙ୍ଗୀର /ବଙ୍ଗୋମୁଣ୍ଡା/୨୭/୦୩/୨୦୨୧ :-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରୁ ନୂଆପଡା ଆସୁଥିବା ଯାତ୍ରୀବାହୀ ବସ ମଣିବାବା ଦୁର୍ଘଟଣା ଗ୍ରସ୍ତ ହୋଇଛି । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ତୁରୁକଭଟା ଗ୍ରାମ ଦେଇ ଯାଉଥିବା ଷୋହଳ ନମ୍ବର ରାଜପଥ ରେ ରାସ୍ତା କଡକୁ ଓଲଟି ପଡିଛି l ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ କୋଡିଏ ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଆହତ କୁ ଚିକିତ୍ସା ପାଇଁ ନିକଟସ୍ଥ ସିନ୍ଧେକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳକୁ ସିନ୍ଧେକେଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l

LEAVE A REPLY

Please enter your comment!
Please enter your name here