“ଘୁମୁସର ର ସ୍ବର” ର ୯୭ତମ ସାହିତ୍ୟ ଆସର ସହ ସମ୍ବର୍ଦ୍ଧନା ଓ ପୁସ୍ତକ ଉନ୍ମୋଚନ ।

0
170

ବୁଗୁଡ଼ା, ୨୮/୦୩/୨୦୨୧: ଗଞ୍ଜାମ ଜିଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣାର ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ଦୋଳପୂର୍ଣ୍ଣିମା ଅବସରରେ ୯୭ତମ ଅଧିବେଶନରେ ସମ୍ବର୍ଦ୍ଧନା, ସାହିତ୍ୟ ଆଲୋଚନା, ପୁସ୍ତକ ଉନ୍ମୋଚନ ଓ କବିତା ଆସର ବାଲିପଦର ନିକଟସ୍ଥ ଝୋଲରୀ‌ ଠାକୁରିଣୀ ମନ୍ଦିର ପ୍ରାଙ୍ଗଣରେ ସଭାପତି ଡ଼କ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଝୋଲରୀ ଓ ଖରିଡା ନାମ ସଂକୀର୍ତ୍ତନ ଦଳଙ୍କ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗାଳ୍ପିକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ପୁଷ୍ପଗୁଚ୍ଛ,ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କବି ଅନନ୍ତ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାହିତ୍ୟ ଆଲୋଚନାରେ ଡାକ୍ତର ପ୍ରଦିପ୍ତ ଚନ୍ଦ୍ର ସିଂହ, ଡକ୍ଟର ବାୟାମନ୍ୟୁ ଚର୍ଚ୍ଚି, ଡକ୍ଟର ବ୍ରଜକିଶୋର ପାଢ଼ୀ, ନେତାଜୀ ବିଷୋୟୀ, ଚିତ୍ତରଞ୍ଜନ ଦାସ, ବାଳକୃଷ୍ଣ ପଟ୍ଟନାୟକ, ଭାସ୍କର ରାଉତ, ପୁର୍ଣ୍ଣଚନ୍ଦ୍ର ଭୋଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଡ଼.ପ୍ରଦୀପ୍ତ ଚନ୍ଦ୍ର ସିଂହ ଙ୍କ ରଚିତ ପୁସ୍ତକ “ନଈକୂଳରେ ନବେ ବର୍ଷ ” ଉନ୍ମୋଚିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ କବିତା ପାଠୋତ୍ସବରେ ସୁରେଶ ଚନ୍ଦ୍ର ପାଢି, ପ୍ରଫୁଲ ସାହୁ, ଧ୍ରୁବ ପାଣିଗ୍ରାହୀ, ହରପ୍ରସାଦ ଦାସ, କୈଳାଶ ଚନ୍ଦ୍ର ପ୍ରଧାନ, ହରିହର ବିଷୋୟୀ, ଚିତ୍ତରଞ୍ଜନ ଦାସ, ବାଳକୃଷ୍ଣ ପଟ୍ଟନାୟକ, ଭାସ୍କର ରାଉତ, ପୁର୍ଣ୍ଣଚନ୍ଦ୍ର ଭୋଳ, ରମାକାନ୍ତ ରାଉତ, ଇ.ନିଳାଞ୍ଚଳପାତ୍ର, କେ.ରାଘବପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here