ବିଧାୟକଙ୍କ ଦ୍ୱରା ଖଦାଳ ସମାଜ କୋଠଗୃହର ଭିତ୍ତିପ୍ରସ୍ତର ସ୍ଥାପନ ।

0
169

ପୋଲସରା, ୨୮/୦୩/୨୦୨୧: ପୋଲସରା ବ୍ଳକ ଅନ୍ତର୍ଗତ ଢୁଙ୍କାପଡ଼ା ପଞ୍ଚାୟତ, ବଉଦିଆପଲ୍ଲୀ ଗ୍ରାମରେ ଆଠଗଡ଼ ତାଲୁକା ବାଇସିପଲ୍ଲୀ ମୁଠାର ଖଦାଳ ସମାଜର କୋଠ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ନବୀନ ବାବୁଙ୍କ ନେତୃତ୍ବାଧୀନ ବିଜେଡି ସରକାର ଗ୍ରହଣ କରିଥିବା ବିଭିନ୍ନ ଜନହିତକର ଯୋଜନା ବିଷୟ ନେଇ ଜନସାଧାରଣଙ୍କୁ ଅବଗତ କରାଇ ଥିଲେ। ସାଧାରଣ ସଭା ସ୍ଥଳୀକୁ ଏକ ବିରାଟ ପଟୁଆରରେ ବିଧାୟକଙ୍କୁ ପାଛୋଟି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, କଣାଛାଇ ସରପଞ୍ଚ ପାଣୁ ନାହାକ, ଭାବରଡ଼ା ସରପଞ୍ଚ ଖଗେଶ୍ୱର ପ୍ରଧାନ, ଚିରିକିପଡା ଶାସନ ସରପଞ୍ଚ ପ୍ରତିନିଧି ଚନ୍ଦ୍ରଭାନୁ ସାହୁ, ଓ ଢୁଙ୍କାପଡ଼ା ସରପଞ୍ଚଙ୍କ ପ୍ରତିନିଧି ବସନ୍ତ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖଦାଳ ସମାଜ କର୍ମକର୍ତ୍ତାଙ୍କ ସମେତ ବହୁ ସଂଖ୍ୟକ ଜନସାଧାରଣ ଯୋଗ ଦେଇଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here