ଶ୍ରୀମନ୍ଦିରରୁ ଖସିଲା ପଥର ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖରେ ଥିବା ନୃସିଂହ ମନ୍ଦିରକୁ ଖସିଲା ପଥର, ଜଣେ ସେବାୟତ ଆହତ

0
157

ପୁରୀ,୨୮/୦୩/୨୦୨୧: ଶ୍ରୀମନ୍ଦିରରୁ ଖସିଲା ପଥର ମୂର୍ତ୍ତି । ମୂର୍ତ୍ତି ଖସି ଜଣେ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି । ଆହତ ସେବାୟତ ହେଲେ କୁନୁ ମହାପାତ୍ର । ପଶ୍ଚିମ ଦ୍ୱାର ନିକଟରେ ଥିବା ନୃସିଂହ ମନ୍ଦିରର ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସିଥିବା ସୂଚନା ମିଳିଛି । ମୂର୍ତ୍ତି ଖସି ସେବାୟତଙ୍କ ଗୋଡ ଉପରେ ପଡିଥିବା ବେଳେ ସେବାୟତ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସେବାୟତ ।ଗୁରୁତର ସେବାୟତଙ୍କୁ ପ୍ରଥମେ ପୁରୀ ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିରର ବେଢା ମଧ୍ୟରେ ଯେଉଁ ନୃସିଂହ ମନ୍ଦିର ରହିଛି ସେହି ନୃସିଂହ ମନ୍ଦିର ମଧ୍ୟରେ ସେବାୟତ ଜଣଙ୍କ ସେବା ପୂଜା କରିବାକୁ ଯାଇଥିଲେ । ତେବେ ନୃସିଂହଙ୍କ ନିକଟରେ ଥିବା ହିରଣ୍ୟକତ୍ସ୍ୟପଙ୍କ ମୂର୍ତ୍ତି ହଠାତ ଖସିପଡ଼ି ସେବାୟତଙ୍କ ଗୋଡରେ ପଡ଼ିଥିଲା । ତେବେ ହିରଣ୍ୟକଶ୍ୟପଙ୍କ ପଥର ମୂର୍ତ୍ତିର ଓଜନ ପାଖାପାଖି ୩ରୁ ୪କେଜି ହୋଇଥିବା ଜଣାପଡ଼ିଛି । ତେବେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here