ସଫଳ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ ସର୍ଜରୀ,ସର୍ଜରୀ ସଫଳ ହୋଇଥିବା ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ ଜରିଆ ସୂଚନା

0
307

ନୂଆଦିଲ୍ଲୀ,୩୦/୦୩/୨୦୨୧: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ ସର୍ଜରୀ ଆଜି ଦିଲ୍ଲୀସ୍ଥିତ ଏମ୍ସରେ ହୋଇଛି। ସର୍ଜରୀ ସଫଳ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ରାଷ୍ଟ୍ରପତିଙ୍କୁ ଏମ୍ସ ସ୍ଥାନାନ୍ତର ହୋଇଥିଲା। ଏହାପରେ ତାଙ୍କର ସର୍ଜରୀ ଆଜି ହେବ ବୋଲି ସୂଚନା ରହିଥିଲା। ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି କୋବିନ୍ଦଙ୍କର ଅସ୍ତ୍ରୋପଚାର କରିଥିବା ସୂଚନା ରହିଛି।ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାଷ୍ଟ୍ରପତି କୋବିନ୍ଦଙ୍କୁ ଶୁକ୍ରବାର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ବାଇପାସ ସର୍ଜରୀ ହେବ ବୋଲି ସୂଚନା ମିଳିଥିଲା। ସଫଳ ଅପରେସନ୍ ପାଇଁ ଡାକ୍ତରୀ ଟିମକୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ। ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ରାଜନାଥ।ସୂଚନାଯୋଗ୍ୟ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଗତ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ରାଷ୍ଟ୍ରପତିଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଆଉ ଚେକଅପ ପରେ ରାଷ୍ଟ୍ରପତିଙ୍କର ବାଇପାସ ସର୍ଜରୀ ହେବ ବୋଲି ଜଣାପଡ଼ିଥିଲା।ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ କରୋନାର ପ୍ରଥମ ଡୋଜ୍ ନେଇଥିଲେ। ଏହାପରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଆଉ ଦିଲ୍ଲୀ ଫେରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ।

LEAVE A REPLY

Please enter your comment!
Please enter your name here