ଇନଷ୍ଟିଚ୍ୟୁଟ୍ ଅଫ ଇଞିନିୟରସ୍ ର ବାର୍ଷିକ ବୈଷୟିକ ଅଧିବେଶନ

0
239

ଭୁବନେଶ୍ବର,୩୧/୦୩/୨୦୨୧: ଗତ ରବିବାର ଦିନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ ଓଡିଶା ଶାଖାର ବର୍ଷାନ୍ତ ବୈଷୟିକ ଅଧିବେଶନ କାର୍ଯାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ପାହ୍ୟା କ୍ରିଡା ଓ ବିଜ୍ଞାନ ମନ୍ତ୍ରୀ ଇଂ ତୁଷାର କାନ୍ତି ବେହେରା ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ତାଙ୍କର ବକ୍ତବ୍ଯରେ “Ethics of Engineer”ଉପରେ ଆଲୋକପାତ କରିବା ସହିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସ୍ ଓଡିଶା ଶାଖା ସହିତ ରାଜ୍ୟ ସରକାରଙ୍କର ମିଳିତ ଉଦ୍ୟମରେ ବିଭିନ୍ନ ସେମିନାର ଅନୁଷ୍ଠିତ କରିବା ପାଇଁ ପରାମର୍ଶ ଦେଇଥିଲେ।ଉକ୍ତ ଅଧିବେଶନରେ ମୂଖ୍ୟ ବକ୍ତା ଭାବେ ପ୍ରଫେସର ସଦାନନ୍ଦ ସାହୁ ପ୍ରାକ୍ତନ ପ୍ରଫେସର ଆଇ ଆଇ ଟି (ଖଡଗପୁର)ଯୋଗଦେଇ ବିଭିନ୍ନ ବୈଷୟିକ ଶିକ୍ଷା ବିଷୟରେ ବକ୍ତବ୍ଯ ପରିବେଷଣ କରିଥିଲେ ଏବଂ “ପ୍ରଫେସର ଭୁବନେଶ୍ବର ବେହେରା ସ୍ମାରକୀ” ବକ୍ତୃତା ପ୍ରଦାନ କରିଥିଲେ। ଉକ୍ତ ଅଧିବେଶନରେ ପାରାଦ୍ବୀପ ବିଧାୟକ ଇଂ ସମ୍ବିତ୍ ରାଉତରାୟ,ମନ୍ତ୍ରୀ ତୁଷାର କାନ୍ତି ବେହେରା ଅନୁଷ୍ଠାନର ସଦସ୍ୟତା ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସର୍ବଶ୍ରେଷ୍ଠ ସଂଦର୍ଭ ( ବିଭିନ୍ନ ବିଭାଗ) ଗୁଡିକୁ ପୁରଷ୍କାର ସ୍ବରୂପ ପ୍ରଦାନ କରାଯାଇଥିଲା, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗଦେଇଥିଲେ ଏଥିସହ ୨ ଟି ବୈଷୟିକ ପର୍ଯ୍ୟାୟରେ ପୁରସ୍କୃତ ହୋଇଥିବା ବ୍ୟକ୍ତି ମାନଙ୍କ ଦ୍ଵାରା ଉପସ୍ଥାପନା କରାଯାଇଥିଲା। ସର୍ବ ଶେଷରେ ଅନୁଷ୍ଠାନର ସମ୍ପାଦକ ଡ. ସୁଧାଂଶୁ ଶେଖର ଦାଶ ଧନ୍ଯବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here