କରୋନା ସଚେତନତା ଓ ରିଲିଫ ବଣ୍ଟନର ୩୭୫ତମ ଦିବସର ସମୀକ୍ଷା ବୈଠକ।

0
206

ଯାଜପୁର,୦୨/୦୪/୨୦୨୧:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖଠାରୁ ନିରବଚ୍ଛିନ୍ନ ଭାବରେ ଦେଶର କୋଣାନୁକୋଣରେ ଆୟୋଜିତ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୩୭୫ତମ ଦିବସର ସମୀକ୍ଷା ବୈଠକ ସ୍ଥାନୀୟ ନୂଆଗାଁ ଅଳକୁଣ୍ଡସ୍ଥିତ ଭିନ୍ନକ୍ଷମ ସୀବନ ଶିଳ୍ପ ତାଲିମ କେନ୍ଦ୍ର ଓ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ସମୀକ୍ଷା ବୈଠକରେ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହୀର କୁମାର ଫାଉଣ୍ଡେସନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ସମୀକ୍ଷକଭାବେ ସ୍ୱତନ୍ତ୍ର ବିଦ୍ୟାଳୟର ସମ୍ପାଦକ ମିର୍ଜା ଅୟୁବ ବେଗ,ଜରୀ ବି.ସି.ଜେ. ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଥାଟୋଇ, ଓଳେଇ ଚନ୍ଦନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ବିଂଝାରପୁର ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା,କେନ୍ଦ୍ରାପଡା ଦେଉଳତରା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯୋଧନ ସାମଲ,ବର୍ଷିୟାନ ସାରସ୍ୱତ ସାଧକ ତଥା ଶିକ୍ଷାବିତ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମହାନ୍ତି ଆଦି ଯୋଗଦାନକରି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here