ଆରୋଗ୍ଯ ଭାରତୀ ପକ୍ଷରୁ ସ୍ୱାସ୍ଥ୍ୟ ଓ କରୋନା ସମୀକ୍ଷା ବୈଠକ ।

0
225

ବ୍ରହ୍ମପୁର, ୧୨/୦୪/୨୦୨୧: ଆରୋଗ୍ଯ ଭାରତୀ ପକ୍ଷରୁ ବ୍ରହ୍ମପୁର ହରିହର ନଗର କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ଡାକ୍ତର ନକୁଳ ସାହୁ ଙ୍କ ସଭାପତିତ୍ୱରେ ସ୍ୱାସ୍ଥ୍ଯ ଓ କରୋନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପୂର୍ବପ୍ରାନ୍ତ ସଭାପତି ଡାକ୍ତର ଏ ବାଳକୃଷ୍ଣ, ଆରୋଗ୍ଯ ମିତ୍ର ପ୍ରମୁଖ ଡାକ୍ତର ହୃଷୀକେଶ ମହାନ୍ତି ଜିଲ୍ଲା ସଂପାଦକ ତପନ କୁମାର ପାଢୀ ବୈଠକରେ ମଂଚାସୀନ ହୋଇ ଥିଲେ ।ଆରୋଗ୍ଯ ଭାରତୀ ପକ୍ଷରୁ ବିଗତ ଦିନରେ,ସ୍ୱାସ୍ଥ୍ୟ, ଜନହିତକର କାର୍ଯ୍ଯ ଓ କରୋନା ପ୍ରତିରୋଧକ ପାଇଁ କରାଯାଇଥିବା କାର୍ଯ୍ଯର ସମୀକ୍ଷା କରାଯିବା ସହ,ଆଗାମୀ ଦିନ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା।ପରିଶେଷରେ ସଂପାଦକ ତପନ କୁମାର ପାଢୀ ସମସ୍ତ ଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here