ରେଳ ଷ୍ଟେସନରେ ଲଙ୍କାକାଣ୍ଡ : ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା, ବିରୋଧ କରିବାରୁ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ

0
175

ନୟାଗଡ଼,୧୨/୦୪/୨୦୨୧:ନୟାଗଡ଼ ଟାଉନ ଷ୍ଟେସନରେ ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଷ୍ଟେସନ ମ୍ୟାନେଜର ଏବଂ ଅନ୍ୟ ୨ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ରେଲଓ୍ୱ ଅଧିକାରୀ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।ଖବର ଅନୁଯାୟୀ, ରବିବାର ରାତିରେ ୧୧ଜଣ ଦୁର୍ବୃତ୍ତ ଟାଉନ୍ ଷ୍ଟେସନ ନିକଟରେ ମଦ୍ୟପାନ କରିବା ସହ ଡିଜେ ବଜାଇ ହୋହଲ୍ଲା କରିଥିଲେ । ଦୀର୍ଘ ସମୟ ଧରି ଏପରି ଚାଲିବା ପରେ ଷ୍ଟେସନର ଦୁଇଜଣ କର୍ମଚାରୀ ଏହାକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତ ମାନେ ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହାପରେ ଷ୍ଟେସନ ମ୍ୟାନେଜର ଘଟଣାସ୍ଥଳକୁ ଯାଇଥିଲେ । ଦୁର୍ବୃତ୍ତ ମାନେ ଏକ ଲୁହା ରଡ୍ ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଷ୍ଟେସନ ମ୍ୟାନେଜର ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here