ବୁଢୀ ଠାକୁରାଣୀ ଯାତ୍ରାରେ କରୋନା ଆତଙ୍କ: ୨ ପୂଜକ ପଜିଟିଭ, ୧୪୪ ଧାରା ଜାରି ଓ ଦର୍ଶନ ବନ୍ଦ

0
131

ବ୍ରହ୍ମପୁର, ୧୩/୦୪/୨୦୨୧: କୋଭିଡ କଟକଣା ସତ୍ତ୍ୱେ ବୁଢୀ ଠାକୁରାଣୀ ଯାତ୍ରାରେ କରୋନା ଆତଙ୍କ । ମାଆ ବୁଢୀ ଠାକୁରାଣୀ ଅସ୍ଥାୟୀ ମଣ୍ଡପର ଦୁଇ ଜଣ ପୂଜକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଯାତ୍ରାସ୍ଥଳ ଦେଶିବେହେରା ସାହିକୁ ସିଲ୍ କଲା କରିଛି ପ୍ରଶାସନ । ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ଦର୍ଶନ ବନ୍ଦ ରଖାଯାଇଛି । ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଇଛି ଜିଲ୍ଲା ପ୍ରଶାସନ । ମା ଆ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପର ଚତୁପାର୍ଶ୍ୱକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଆଗକୁ ପରିସ୍ଥିତି ବିଗିଡିଲେ ପୁରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସମ୍ଭାବନା ଅଛି । ଏବେ ଲୋକଙ୍କ ମଧ୍ୟରେ ଭାଇରସକୁ ନେଇ ପୂରା ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here