ଡେଙ୍ଗାପଦର ପଞ୍ଚାୟତରେ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
260

କୁକୁଡ଼ାଖଣ୍ଡି-୧୩/୦୪/୨୦୨୧(ବ୍ୟୁରୋ ରିପୋର୍ଟ):ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପଞ୍ଚାୟତରେ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ବାସୀଙ୍କୁ ମଶାରୀ ବଣ୍ଟନ କରାଯାଇଥିବା ବେଳେ ଡେଙ୍ଗାପଦର ଗ୍ରାମରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବର୍ତ୍ତମାନ ଡେଙ୍ଗୁ, ମ୍ୟାଲେରିଆ ଓ ଫ୍ୟାଲେରୀୟା ପ୍ରଭୃତି ରୋଗରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ପ୍ରତ୍ୟେକ ଘରକୁ ଘର ବୁଲି ସର୍ଭେ କରିଥିଲେ।ଏହି ସର୍ଭେ ସରିବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ମିଳିତ ସହଯୋଗରେ ଆଜି ଡେଙ୍ଗାପଦର ରେ ଆୟୋଜିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ମଶାରୀ ପ୍ରଦାନ କରାଯାଇଛି।ଏଥିରେ ଡେଙ୍ଗାପଦର ସରପଞ୍ଚ ସୀତାରାମ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ବାଲିପଡା ସ୍ୱାସ୍ଥ୍ୟ କେନ୍ଦ୍ର ହେଲଥ ଇନିସ୍ପେକ୍ଟର ଜ୍ଞାନରଞ୍ଜନ ଜେନା,ଏଏନ୍ଏମ୍ ପଙ୍କଜିନି ଜେନା,ଅଙ୍ଗନବାଡ଼ି କର୍ମୀ ପ୍ରମିଳା ଜେନା, ସୁନିତା ଡାକୁଆ, ସେବତୀ ଜେନା, ଆରତୀ ପାଢ଼ୀ, ବିଦ୍ୟୁତ ଲକ୍ଷ୍ମୀ ମଣ୍ଡଳ, ବନ୍ଦିତା ପଟନାୟକ, ଆଶା କର୍ମୀ ଗୀତା ପାଢ଼ୀ,ନିତା ଶତପଥୀଙ୍କ ସମେତ ପୂର୍ବତନ ସମିତି ସଭ୍ୟ ରାମହାରି ଜେନା, କାନୁ ଜେନା, ସିଲୁ ବିଷୋୟୀ,ଦଣ୍ଡପାଣି ପଣ୍ଡା, ବାବୁଲା ବେହେରା, ସୁଦାମ ସେଠି ଓ କାନୁ ବେହେରା,ପୂର୍ଣ୍ଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।କୁକୁଡ଼ାଖଣ୍ଡି ବ୍ଳକରେ ସର୍ବମୋଟ ୬୭୦୦୦ ଔଷଧ ମିଶ୍ରିତ କୀଟନାଶକ ମଶାରୀ ବଣ୍ଟନ କରିବା ପାଇଁ କାର୍ଯ୍ୟକ୍ରମ ରହିଥିବା ବେଳେ ଡେଙ୍ଗାପଦର ପଞ୍ଚାୟତରେ ସର୍ବମୋଟ ୨୭୭୦ ମଶାରୀ ବଣ୍ଟନ କରାଯିବ ବୋଲି ସରପଞ୍ଚ ସୀତାରାମ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here