ନୂଆଁଗଡ଼ ରେ ହନୁମାନ ଜୟନ୍ତୀ ପାଳିତ

0
145

ବ୍ରହ୍ମପୁର,୧୪/୦୪/୨୦୨୧ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଁଗଡ଼ ଗ୍ରାମ ସ୍ଥିତ ହନୁମାନ ମନ୍ଦିର ପରିସରରେ ଆଜି ପବିତ୍ର ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଶ୍ରୀ ହନୁମାନ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ୍ ଗାଇଡ଼ଲାଇନ୍ ପାଳନ କରି ନିରାଡମ୍ବର ସହକାରେ ଠାକୁର ଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଯାଇଛି । ମନ୍ଦିର ପରିସରରେ ହନୁମାନ ଚାଳିଶା ପାଠ ସହ ନାମ ସଙ୍କୀର୍ତ୍ତନ ଏବଂ ହୋମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ସନାତନ ମହାରଣା କାର୍ଯ୍ୟ ସମ୍ପାଦନା କରିଥିବା ବେଳେ ପୁରୋହିତ ଲୋକନାଥ ରଥ ପୂଜାର୍ଚ୍ଚନା କରିଥିଲେ। ଶେଷରେ ନଗର ପରିକ୍ରମା ହୋଇଥିଲା। ଏଥିରେ ନୂଆଁଗଡ଼ ଗ୍ରାମବାସୀ ସମେତ ଯୁବ ଗୋଷ୍ଠୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here