ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ସୂଚନା, ବାତିଲ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା, ଦ୍ୱାଦଶ ବୋର୍ଡ ପରୀକ୍ଷା ଘୁଞ୍ଚିବା ନେଇ ମଧ୍ୟ ସୂଚନା

0
116

ନୂଆଦିଲ୍ଲୀ,୧୪/୦୪/୨୦୨୧:କୋଭିଡ୍ ପାଇଁ ବାତିଲ୍ ହେଲା ସିବିଏସଇ ୧୦ମ ବୋର୍ଡ ପରୀକ୍ଷା। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏବେ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଆଜି ସିବିଏସଇ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହ ବୈଠକ କରିଥିଲେ। ଏହାପରେ କେନ୍ଦ୍ର ସରକାର ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ନେଇ ସୂଚନା ଦେଇଛନ୍ତି।ଜୁନ୍ ୧ରେ ପୁଣିଥରେ ଏବାବଦରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ମନ୍ତ୍ରାଳୟ କହିଛି। ୧୦ମ ବୋର୍ଡ ପରୀକ୍ଷା ମେ ୪ରୁ ଜୁନ ୭ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ମେ ୪ରୁ ଜୁନ ୧୫ ମଧ୍ୟରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here