ବ୍ରହ୍ମପୁର,୧୮/୦୪/୨୦୨୧ (ଟୁକୁନା ପ୍ରଧାନ) ନାରୀ ଶକ୍ତି ଏଣ୍ଡ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ୨୦୨୦-୨୦୨୧ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶା ବ୍ରାଣ୍ଡ ଅମ୍ବାସେଡର ପଦକ ହାସଲ କରିଥିବା ବ୍ରହ୍ମପୁର ସୋମନାଥ ନଗର ପ୍ରଥମ ଲାଇନ ର ଶ୍ରୀମତୀ ଅନିତା ପାତ୍ର ସବୁ ମହଲରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ଶନିବାର ସନ୍ଧ୍ୟା ୭ ଟା ରେ ବ୍ରହ୍ମପୁର ସେବା ସଂଗଠନ କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟାଟା ବେଂଜ଼ ସ୍ଥିତ ହୋଟେଲ ବ୍ରୋକ୍ଲି ଠାରେ ଶ୍ରୀମତୀ ଅନିତା ଙ୍କୁ ପୁଷ୍ପ ଗୁଚ୍ଛ ସହ ମାନ ପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଅନିତା ଟ୍ରଷ୍ଟ ର ସଦସ୍ୟା ହୋଇଥିବାରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଟ୍ରଷ୍ଟ ସଦସ୍ୟ ଓ ପରିବାର ବର୍ଗ ଉପସ୍ଥିତ ରହି ଅନିତା ଙ୍କୁ ଅଭିନନ୍ଦନ ଜଣାଇଥିଲେ। ସୂଚନା ରୁ ପ୍ରକାଶ ଥାଉ କି ସବୁ ବେଳେ ପ୍ରଶଂସା ର ପାତ୍ର ସାଜିଥିବା ସଙ୍ଗଠନ ହେଉଛି ବ୍ରହ୍ମପୁର ସେବା ସଂଗଠନ କାହ୍ନl ଚାରିଟେବୁଲ ଟ୍ରଷ୍ଟ ।
କାହ୍ନl ଚାରିଟେବୁଲ ଟ୍ରଷ୍ଟ ଅନିତା ଙ୍କୁ ସମ୍ବର୍ଦ୍ଧନା କରିବା ହେତୁ ଶ୍ରୀମତୀ ପାତ୍ର ଟ୍ରଷ୍ଟ ପ୍ରତିଷ୍ଠାତା ସମେତ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ପରେ ପରେ ଅନିତାଙ୍କୁ ଦେଖିବାଲାଗି ପ୍ରଶଂସକଙ୍କ ଭିଡ ଜମିବା ସହ ସେଲ୍ଫି ଉଠେଇବାଲାଗି ଭିଡ ଜମିଥିଲା।ପ୍ରକାଶିତ ଯେ ଶ୍ରୀମତୀ ଅନିତା ପାତ୍ର ଏପ୍ରିଲ ୬ ତାରିଖରେ ଦୁବାଇ ଠାରେ ଆୟୋଜିତ ମିଶ ଏଣ୍ଡ ଶ୍ରୀମତୀ ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ପ୍ରତିଯୋଗିତାରେ ୧୧ ଜଣ ଶ୍ରୀମତୀ ଙ୍କୁ ପଛରେ ପକାଇ ଓଡ଼ିଶାର ବ୍ରାଣ୍ଡ ଅମ୍ବାସଡର ପଦକ ଜିତି ଗଂଜାମ ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ଚୟନ ହୋଇ ଓଡ଼ିଶାର ବ୍ରାଣ୍ଡ ଅମ୍ବାସେଡର ମୁକୁଟ ଓ ଟ୍ରାଫି କୁ ଜିତି ଗଂଜାମ ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବା କହିଛନ୍ତି।
ଅନିତାଙ୍କର ଏହି ସଫଳତା ପାଇଁ ଅନିତା ଶ୍ରୀ ଜଗନ୍ନାଥଙ୍କ ଅଶିର୍ବାଦ ସହିତ ସ୍ୱାମୀ ରାମ ପ୍ରସାଦ ପାତ୍ର ଓ ପାତ୍ର ପରିବାର ସହଯୋଗ ସମେତ ବନ୍ଧୁ ପରିଜନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି।ସମସ୍ତଙ୍କ ଭଲପାଇବା ଯୋଗୁଁ ଆଜି ସେ ଏଠାରେ ପହଂଚି ପରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପାତ୍ର ଙ୍କ ଶଶୁର ଏସ ବଙ୍ଗାଳି ପାତ୍ର,ଶାଶୁ ଏସ ପୁଷ୍ପାଞ୍ଜଳି ପାତ୍ର, କାହ୍ନl ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ରଞ୍ଜନା ମିଶ୍ର, ସୋନମ ଦାସ, ସସ୍ମିତା ସାହୁ,ଶିଖା ସୁମନ ପାତ୍ର, କଳ୍ପନା ନାୟକ, ତମନା ନାୟକ, ଅର୍ଚିତ ବି. ପାତ୍ର,ସଂଯୁକ୍ତା ସାହୁ,ସୁମନ ଜ୍ୟୋତି ମହାପାତ୍ର, ଏସ.ସୁନିତା ସରବ, ଏସ ମନୋରଞ୍ଜନ ସରବ, ସି.ଏଚ.ପ୍ରୀତି ପ୍ରଧାନ, ଜମୁଲା ଅର୍ଣ୍ଣିତ, ସି.ଏଚ.ଏମ ପାତ୍ର, ସି.ଏଚ.ପ୍ରୀତମ ପାତ୍ର, ସାମ୍ବାଦିକ ଦିନେସ ପଟ୍ଟନାୟକ ଙ୍କ ସମେତ ତାଙ୍କର ସମସ୍ତ ଶୁଭେଚ୍ଛୁ ଏବଂ ପ୍ରଶଂସକ ଙ୍କ ଏଭଳି ବିଶ୍ୱାସ ଓ ଭଲପାଇବା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।ଆଗକୁ ଅନେକ ସଫଳତା ହାସଲ କରିବେ ବୋଲି ଶ୍ରୀ ପାତ୍ର ଲକ୍ଷ ରଖିଛନ୍ତି ।






