ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୪୦ ନମ୍ବର ୱାର୍ଡ ରେ ବାଲ୍ୟ ବିବାହ ମୁକ୍ତ ସପ୍ତାହ ପାଳିତ

0
129

ବ୍ରହ୍ମପୁର,୧୮/୦୪/୨୦୨୧ : ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୪୦ ନମ୍ବର ୱାର୍ଡ ଆମ୍ବପୁଆ ଗ୍ରାମ ରେ ସମନ୍ୱିତ ଶିଶୁ ବିକାଶ ଅଧିକାରୀ(୧)ଙ୍କ ପରାମର୍ଶ କ୍ରମେ ଗ୍ରାମ ର ଅଙ୍ଗନୱାଡି କେନ୍ଦ୍ର ୧, ୨ ଓ ୩ ଅଞ୍ଚଳରେ ଜନସାଧାରଣ ଙ୍କୁ ନେଇ ବାଲ୍ୟ ବିବାହ ମୁକ୍ତ ସପ୍ତାହ ପାଳିତ ହୋଇଛି । କାଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଗୁରୁତ୍ବରୋପ କରି ବାଲ୍ୟବିବାହ ରୋକିବା ପାଇଁ ଅଧିକ ଫୋକସ କରିବା ସହ ସମାଜରେ୧୮ ବର୍ଷ ବୟସରୁ କମ ଝିଅ ଙ୍କ ବିବାହକୁ ନିଷେଧ କରିବା ପାଇଁ ଏକ ଶପଥ ପାଠ କାଯ୍ୟକ୍ରମ ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ପୁରୋହିତ ସୁରେନ୍ଦ୍ରନାଥ ଶତପଥୀ ଯୋଗ ଦେଇ ଏଣିକି ଆଧାର କାର୍ଡ ଦେଖି ବ୍ରାହ୍ମଣ ସମାଜ ର ୧୮ ବର୍ଷ ରୁ ଅଧିକ ବୟସ ର ଝିଅ ଓ ୨୧ ବର୍ଷ ର ପୁଅଙ୍କ ବିବାହ କରିବାକୁ ଶପଥ ନେଇଥିବା କହିଥିଲେ । ଏହି କାଯ୍ୟକ୍ରମ ରେ ପୂର୍ବତନ କର୍ପୋରେଟର ଜି. ଗୋପାଳ ରେଡ୍ଡୀ , ଗ୍ରାମର ପୂର୍ବତନ ସ୍କୁଲ ସଭାପତି ତଥା ସମାଜସେବୀ ବାଲାଜି ମହାରଣା , ଅଙ୍ଗନୱାଡି କର୍ମୀ ଲତା ପାତ୍ର , ବାସନ୍ତୀ ପାଢ଼ୀ , ବି ପୁଷ୍ପାଞ୍ଜଳି ରେଡ୍ଡୀ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here