ବ୍ରହ୍ମପୁର, ୧୮/୦୪/୨୦୨୧:
ଚିକିତ୍ସାରେ ଅବହେଳା ଏବଂ ଅକ୍ସିଜନ ସିଲିଣ୍ଡର ଯୋଗାଣ ସହିତ ତାହାର ପରିଚାଳନାରେ ତ୍ରୁଟି ଯୋଗୁଁ ବ୍ରହ୍ମପୁର ବଡ ମେଡିକାଲରେ ଆଜି ଅକାଳରେ ଜଣେ ଯୁବକଙ୍କ ପ୍ରାଣ ବାୟୁ ପରିବାର ବର୍ଗଙ୍କ ଆଖି ସାମ୍ନାରେ ଉଡ଼ିଗଲା । ଆଇସିୟୁରେ ଭର୍ତ୍ତି ଥିବା ଦିଗପହଣ୍ଡି ଉପରବସାର ମିଥୁନ ପାଣିଗ୍ରାହୀ (୩୫)ଙ୍କର ଆଜି ଅକ୍ସିଜନ ସିଲିଣ୍ଡର ଯୋଗାଇବାରେ ଅବ୍ୟବସ୍ଥା ଯୋଗୁଁ ମେଡିକାଲରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍ଗିନ ହୋଇଯାଇଥିଲା। ତାଙ୍କ ଭାଇ ମିଲନ ଏଥିନେଇ ଅଭିଯୋଗ କରିବା ପରେ ବିଳମ୍ବରେ ଆସି ଅକ୍ସିଜନ ସିଲିଣ୍ଡର ଯୋଗାଇ ଦିଆଗଲା ହେଲେ ସେତେବେଳକୁ ମିଥୁନଙ୍କ ପ୍ରାଣ ବାୟୁ ଉଡିଯାଇଥିଲା। ମିଥୁନଙ୍କୁ ରାନୁ ଭାବେ ସମସ୍ତେ ଜାଣନ୍ତି। ତାଙ୍କରି ମୃତ୍ୟୁ ପରେ ତାଙ୍କ ପରିବାର ବର୍ଗ ଭାଗ୍ୟକୁ ଆପଣାଇ ମରଶରୀରକୁ ନିଜ ଗାଁକୁ ଅନ୍ତିମ ସଂସ୍କାର କରିବାକୁ ନେଇଗଲେ । ହେଲେ ଏତେବଡ଼ ମେଡିକାଲରେ ଏଭଳି ଅବ୍ୟବସ୍ଥା ଯୋଗୁଁ ରାନୁର ମୃତ୍ୟୁ ଘଟିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ବଡ଼ମେଡିକାଲ କର୍ତ୍ତୃପକ୍ଷ ସଜାଗ ନହେଲେ ନିଶ୍ଚିତ ଭାବେ ଉତ୍ତରଦାୟୀ ରହିବେ।

Home ବ୍ରହ୍ମପୁର ସ୍ପେଶାଳ *ଚିକିତ୍ସାରେ ଅବହେଳା ଏବଂ ଅକ୍ସିଜନ ସିଲିଣ୍ଡର ଯୋଗାଣରେ ଅବ୍ୟବସ୍ଥା ଯୋଗୁଁ ବ୍ରହ୍ମପୁର ବଡ ମେଡିକାଲରେ ଯୁବକଙ୍କ...





