କୈଠବେଡା ଶ୍ରୀ ରାଧାକୃଷ୍ଣ କ୍ରିକେଟ୍ ଟୁର୍ଣାମେଣ୍ଟ ଉଦଯାପିତ । କୋୖୖଡିଆକୁ ହରାଇ ଖାସ୍ପା ଟିମ୍ ଫାଇନାଲ ବିଜୟୀ ।

0
152

ବ୍ରହ୍ମପୁର, ୧୮/୦୪/୨୦୨୧: ସାନଖେମୁଣ୍ଡି ବ୍ଲକ ଆଡ଼ପଡା ପଞ୍ଚାୟତ ଅନ୍ତର୍ଗତ କୈଠବେଡା ଗ୍ରାମରେ ଅନୁଷ୍ଠିତ ଶ୍ରୀ ରାଧାକୃଷ୍ଣ କ୍ରିକେଟ ଟୁର୍ନାମେଣ୍ଟର ଉଦଯାପନୀ ମ୍ୟାଚ୍ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଉଦଯାପନୀ ତଥା ଅନ୍ତିମ ମ୍ୟା୍ଚ ସ୍ଥାନୀୟ କୋୖୖଡିଆ ଓ ଖାସପା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ଖାସପା ଦଳ ଟୁର୍ଣାମେଣ୍ଟ ବିଜୟୀ ହୋଇଅଛି । ଆଡପଡା ସରପଞ୍ଚ ଶ୍ରୀ ନୀଳମାଧବ ରାଉତଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଯୋଗଦେଇ ଯୁବ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ଉଭୟ ବିଜେତା ଓ ରନର ଟିମ୍ କୁ ପୁରସ୍କୃତ କରିଥିଲେ I ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ବାଇଁ , ଆଡପଡ଼ା ସମିତି ସଭ୍ୟ ଶ୍ରୀ ସୁରେନ୍ଦ୍ର ବାରିକ , ଖଲିଙ୍ଗି ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ ପ୍ରମୁଖ ମଞ୍ଚାଷିନ ରହି ଆୟୋଜକ କୈଠବେଡା ଗ୍ରାମବାସୀ ଓ ଯୁବଗୋଷ୍ଠୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସରପଞ୍ଚ ଶ୍ରୀ ରାଉତଙ୍କ ସହଯୋଗିତାକୁ ସାଧୁବାଦ ପ୍ରଦାନ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here