ଖୋର୍ଦ୍ଧା ରୋଡ଼ ମଣ୍ଡଳର ବିଭିନ୍ନ ରେଲୱେ ଷ୍ଟେସନରେ ଆରପିଏଫ୍ ଓ ବାଣିଜ୍ୟ ବିଭାଗ କର୍ମଚାରୀ ମାନଙ୍କ ଦ୍ବାରା କୋଭିଡ୍ ପାଇଁ ଉପଯୁକ୍ତ ଆଚରଣ ପାଇଁ ହେଲ୍ପ ଡେସ୍କ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
263

ଭୂବନେଶ୍ୱର,୨୨/୦୪/୨୦୨୧:ଟ୍ରେନ୍ ଏବଂ ରେଳ ପରିସରରେ କୋଭିଡ ପାଇଁ ନିରାପଦ ଆଚରଣ ଅନୁସରଣ କରିବାକୁ ଯାତ୍ରୀମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧିନ ପ୍ରମୁଖ ରେଳ ଷ୍ଟେସନମାନଙ୍କରେ କୋଭିଡ ହେଲପ୍ ଡେସ୍କଗୁଡିକରେ ଯାତ୍ରୀମାନଙ୍କୁ ରେଳ ରେ ଯାତ୍ରା ସମୟରେ କୋଭିଡ ପାଇଁ ଉପଯୁକ୍ତ ଆଚରଣ ଅନୁସରଣ କରିବା ପାଇଁ ମାର୍ଗଦର୍ଶନ ଏବଂ ସାହାଯ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋଭିଡ -19 ର ବୃଦ୍ଧିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ବାଣିଜ୍ୟ ବିଭାଗର କର୍ମଚାରୀ ମାନେ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସଜାଗ ହୋଇଛନ୍ତି।କୋଭିଡ ବିରୁଦ୍ଧରେ ଉପଯୁକ୍ତ ଆଚରଣ ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ରେଳ ଷ୍ଟେସନରେ ରେଳ ସୁରକ୍ଷା ବଳର ଅଧିକାରୀ ଏବଂ କର୍ମଚାରୀଙ୍କ ଦ୍ୱାରା ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ଭାବରେ ହାତ ପରିଷ୍କାର କରିବା ଏବଂ ରେଳ ପରିସରରେ ଛେପ ପକାଇବାରୁ ବିରତ ରହିବା ପାଇଁ ଶିକ୍ଷା ଦିଆଯାଉଛି। ଯାତ୍ରୀମାନଙ୍କୁ ମଧ୍ୟ ଅଵଗତ କରାଯାଉଛି ଯେ ମାସ୍କ ନ ପିନ୍ଧିବା ଦ୍ଵାରା ୫୦୦/- ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ ।ଏହା ବ୍ୟତୀତ, ନିଶ୍ଚିତ ଟିକେଟ ଥିବା ଯାତ୍ରୀମାନଙ୍କୁ ରେଳ ଷ୍ଟେସନ ପରିସରରକୁ ଅନୁମତି ମିଳୁଛି ।
ପୁନଶ୍ଚ, ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, କଟକ, ଯାଜପୁର-କେନ୍ଦୁଝର ରୋଡ଼ ଏବଂ ଭଦ୍ରକ ଇତ୍ୟାଦି ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ହେଲ୍ପ ଡେସ୍କ ଅବସ୍ଥାପିତ ହୋଇ ଚବିଶ ଘଣ୍ଟା କାର୍ଯ୍ୟ କରୁଛି ଏବଂ ଯାତ୍ରୀମାନଙ୍କୁ ଗାଡ଼ି ରେ ଚଢିବା ଏବଂ ଓହ୍ଲାଇବା ସମୟରେ କୋଭିଡ ବିରୁଦ୍ଧରେ ଉପଯୁକ୍ତ ଆଚରଣ ଅନୁସରଣ କରିବାରେ ମାର୍ଗଦର୍ଶନ ଓ ସାହାଯ୍ୟ କରାଯାଉଛି ।ଟ୍ରେନରେ ଚଢିବା ଏବଂ ଓହ୍ଲାଇବା ସମୟରେ ପ୍ଲାଟଫର୍ମରେ ଯାତ୍ରୀମାନଙ୍କର ସୁଚାରୁରୂପେ ଗମନାଗମନ ପାଇଁ ଆରପିଏଫ୍ ଓ ବାଣିଜ୍ୟ ବିଭାଗର କର୍ମଚାରୀ ମାନେ ନିଶ୍ଚିତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here