ବର୍ଷା ପବନରେ ବିଦ୍ୟୁତ ଖୁଣ୍ଟ ପଡ଼ି ବୃଦ୍ଧା ମୃତ

0
172

ପୋଲସରା ୨୨/୦୪/୨୦୨୧: ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ ଗ୍ରାମରେ ଏପ୍ରିଲ ୨୨ ତାରିଖ ଦିନ ବିଜୁଳି ଘଡ଼ଘଡି ସହ ପ୍ରବଳ ବେଗରେ ପବନ ଓ ବର୍ଷା ହୋଇଥିବା ବେଳେ କୌଣସି କାମରେ ବାହରକୁ ଆସି ଥିବା ଜଣେ ବୃଦ୍ଧାଙ୍କ ଉପରେ ବିଦ୍ୟୁତ ଖୁଣ୍ଟ ପଡ଼ି ଯିବାରୁ ସେଠୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତ୍ୟୁବରଣ କରିଥିବା ବୃଦ୍ଧା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ସ୍ବର୍ଗତ କାଶୀନାଥ ଜେନାଙ୍କ ସ୍ତ୍ରୀ କୁମାରୀ ଜେନା (୬୫)। ସ୍ବର୍ଗତ କୁମାରୀ ଜେନା ଙ୍କ ଗୋଟିଏ ପୂଅ ଓ ତିନୋଟି ଝିଅ ଥିଲେ ମଧ୍ୟ ବୟସର ଅପରାହ୍ନରେ କୁମାରୀ ଜେନା ଏକାକୀ ମୂଲକାମ କରି ପେଟ ପୋଷୁଥିଲେ। ହେଲେ ଆଜି ବିଜୁଳି ଘଡ଼ଘଡି ଓ ବର୍ଷା ପବନରେ ବିଦ୍ୟୁତ ଖୁଣ୍ଟ କୁମାରୀ ଜେନାଙ୍କ ମୁଣ୍ଡରେ ପଡ଼ି ଯିବାରୁ ଆହତ ହୋଇ ପଡ଼ି ଯାଇଥିଲେ। କଣାଛାଇ ସରପଞ୍ଚ ପାଣୁ ନାହକ ଓ କିଛି ଯୁବକଙ୍କ ସହଯୋଗରେ ବୃଦ୍ଧା ଜଣଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଡାକ୍ତର କୁମାରୀ ଜେନାଙ୍କୁ ମୃତ ଘୋଷଣା କରିଥିଲେ ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here