ବ୍ରହ୍ମପୁର ରେ ସିପିଆଇଏମ ପକ୍ଷରୁ ପ୍ରତିବାଦ କାର୍ଯ୍ୟକ୍ରମ

0
111

ବ୍ରହ୍ମପୁର,୨୩/୦୪/୨୦୨୧:
ବର୍ଦ୍ଧିତ ବିଜୁଳି ଟିକସ ପ୍ରତ୍ୟାହାର କରିବା,ପେଟ୍ରୋଲ,ଡିଜେଲ ଏବଂ ଗ୍ୟାସର ଦର ହ୍ରାସ କରିବା,ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା,ଅତ୍ୟାବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ବାତିଲ କରିବା,ସମସ୍ତଙ୍କୁ ମାଗଣାରେ ଅତିଶୀଘ୍ର କୋଭିଡ ଟୀକା ଯୋଗାଇ ଦେବା ଏବଂ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା ଦାବିରେ ଆଜି ସିପିଆଇଏମ ପକ୍ଷରୁ ରାଜ୍ୟବ୍ୟାପି ପ୍ରତିବାଦ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଆଜି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସଙ୍ଗଠିତ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ, ଶିବ ମହାପାତ୍ର ,ବାବୁଲି ନାୟକ, ହରି ନାହାକ ,ଚିଟି ବାବୁ ,ରଞ୍ଜନ ପାତ୍ର, କେଶବ ଗୌଡ଼, ଗୋପାଳ ମହାନ୍ତି, କିଶୋର ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here