ମଦମୁକ୍ତ ଗାଁ ନିଷ୍ପତି ବନାମ ମଦ ବେପାରୀଙ୍କ ମିଥ୍ୟା କେଶ କାରନାମା ବିରୁଦ୍ଧରେ ପାଟପୁର ଥାନା ସମ୍ମୁଖରେ ଅନଶନରେ ବସିଲେ ନିସ୍ତିପୂର ଗ୍ରାମବାସୀ ।

0
150

ବ୍ରହ୍ମପୁର,୨୩/୦୪/୨୦୨୨: ରାଜସ୍ବ ସଂଗ୍ରହ ବୃଦ୍ଧି ଉଦ୍ଧେଶ୍ୟରେ ଅବକାରୀ ବିଭାଗ ଲାଇସେନ୍ସ ପ୍ରାପ୍ତ ମଦ ଭେଣ୍ଡରଙ୍କ ପାଖେ ହାତ ଟେକିଦେଇଥିବା ବେଳେ ପାଟପୁର ଥାନା ସବୁ ଜାଣି ଅଭିନୟ କରୁଥିବା ସାଧାରଣରେ ଆଲୋଚନା ଜୋର୍ ଧରିଅଛି । ଅଞ୍ଚଳରେ ବ୍ୟାପକ ଅବୈଧ ମଦ କାରବାରକୁ ବୈଧ କରାଇବାକୁ ମଦ ଭେଣ୍ଡରଙ୍କ କାରସାଦି ଯୋଗୁଁ ଗାଁ ଗହଳିରେ ମଦବିକ୍ରୀ ସାର୍ବଜନୀନ ହେବା ସହିତ ସର୍ବଦା ମଦଜନିତ ଅସାମାଜିକ ଘଟଣା ସାମାଜିକ ଚଳଣିକୁ ପ୍ରଭାବିତ କରୁଅଛି । ଏହି ପରିପ୍ରେକ୍ଷୀରେ ପାଟପୁର ଥାନା ଦୟାନିଧୀପୁର ପଞ୍ଚାୟତ ନିସ୍ତିପୁର ଗ୍ରାମରେ ଚାଲିଥିବା ମଦମୂକ୍ତ ଗାଁ ନିଷ୍ପତି ଅନୁସାରେ ଗ୍ରାମରେ ମଦବିକ୍ରୟକୁ ବନ୍ଦ କରାଯିବା ନିଷ୍ପତିରେ ଅତିଷ୍ଠ ମଦବେପାରୀ ଗ୍ରାମ ପରିଚାଳନା କମିଟି ସଦସ୍ୟଙ୍କ ସହ କିଛି ବ୍ୟକ୍ତିବିଶେଷଙ୍କ ବିରୋଧରେ ପାଟପୁର ଥାନାରେ ଏତଲା ଦେବା ଘଟଣା ଭିନ୍ନ ମୋଡ଼ ନେଇଅଛି । ଆଜି ସକାଳେ ନିସ୍ତିପୁର ଗ୍ରାମବାସୀ ସମୂହ ମଦବେପାରୀଙ୍କ ମିଥ୍ୟା କେଶ୍ ବିରୁଦ୍ଧରେ ପାଟପୁର ଥାନାରେ ଅଭିଯୋଗ କରିବା ସହିତ ଅନଶନରେ ବସିଛନ୍ତି । ପାଟପୁର ଥାନା ପକ୍ଷରୁ ସୂଚନା କ୍ରମେ ସାନଖେମୁଣ୍ଡି ତହସିଲଦାର ଧାରଣା ସ୍ଥଳରେ ପହଂଚି ଘଟଣାର ଅନୁସଂଧାନ କରି ଅନଶନକାରୀଙ୍କୁ ବୁଝାସୁଝା କରି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ପରନ୍ତୁ ଅଞ୍ଚଳରେ ମାଦମାଫିଆଙ୍କ ଅବକାରୀ ଓ ପୋଲିସ୍ ସହାୟତାରେ ଚଳାଇଥିବା ଆତଙ୍କରାଜ ଯୋଗୁଁ ଗାଁ ବୁଦ୍ଧିଜୀବି ଅସନ୍ତୋଷ ପ୍ରକାଶ କରିଛନ୍ତି । ଥାନାରେ ଦାଏର କରାଯାଇଥିବା ମିଥ୍ୟା ଏତଲାକୁ ମଦବେପାରୀ ଫେରସ୍ତ ନକଲେ ଆସନ୍ତା ଦିନରେ ଆସନ୍ନ ପରିସ୍ଥିତିକୁ ନେଇ ପ୍ରଶାସନକୁ ଦାୟୀ କରାଇଛନ୍ତି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here