ଭୂବନେଶ୍ୱର,୨୪/୦୪/୨୦୨୧:ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ସବୁ ସହରାଞ୍ଚଳରେ ଆଜିଠୁ ସପ୍ତାହାନ୍ତ ସଟ୍ଡାଉନ୍। ସବୁଠି କଡ଼ା ଚେକିଂ ଓ ବ୍ଲକିଂ ଜାରି ରହିଛି। ଅମାନିଆଙ୍କ ଉପରେ କଡ଼ା ନଜର ରଖାଯାଇଛି।ଏହି ସମୟରେ ଅତ୍ୟାବଶ୍ୟକ ସେବା ଡାକ୍ତରଖାନା, ନର୍ସିଂହୋମ, ଔଷଧ ଦୋକାନ ଖୋଲିବ । ଅଗ୍ନିଶମ, ପୁଲିସ, ପେଟ୍ରୋଲ ପମ୍ପ, ବିଦ୍ୟୁତ ଯୋଗାଣା, ଜଳ, ଏଲପିଜି, ଖବର କାଗଜ ଯୋଗାଣ, କ୍ଷୀର ଦୋକାନ ଖୋଲା ରହିବ । ରେଳ, ବିମାନ ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡି ଚଳାଚଳ କରିବ । ତେବେ ମଲ , ସିନେମା ହଲ, ସାଧାରଣ ଯାତାୟାତ, ସ୍କୁଲ , କଲେଜ, ମନ୍ଦିର , ପାର୍କ, ଦୋକାନ ବଜାର, ପନିପରିବା ବଜାର, ବନ୍ଦ ରହିବ ।
ତେବେ ସଟଡାଉନ ସମୟରେ କଟକ ଓ ଭୁବନେଶ୍ୱରରେ କିଛି ସ୍ଥାନରେ ମୋ ବସ ସେବା ଜାରି ରହିବ । ରେଳଷ୍ଟେସନରୁ ବସ ଚଳାଚଳ କରିବ ଏବଂ ଏୟାରପୋର୍ଟ ଓ ରେଳଷ୍ଟେସନ ମଧ୍ୟରେ ମୋ ବସ ଚଳାଚଳ କରିବ । ସଟଡାଉନ ପାଇଁ କୌଣସି ପ୍ରକାର ପାସ ବ୍ୟବସ୍ଥା ହୋଇନାହିଁ । ଅତ୍ୟାବଶ୍ୟକ ଓ ଜରୁରୀକାଳୀସେବାର କର୍ମଚାରୀ ନିଜ ସଂସ୍ଥାର ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ।ଏହାରି ଭିତରେ ଗତକାଲି ରାତିରୁ ରାଜଧାନୀରେ କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ଚେକିଂ ଆରମ୍ଭ ହୋଇଯାଇଛି ।ସହରରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବିଭିନ୍ନ ଛକରେ ନାକାବନ୍ଦୀ କରି ଚେକିଂ କରାଯାଉଛି । କିନ୍ତୁ ଶନିବାର, ରବିବାର ସକାଳେ ମର୍ଣ୍ଣିଂୱାକ୍ କରିବା ପାଇଁ ସରକାର ସକାଳ ୫ଟାରୁ ୬ଟା କୋହଳ କରିଛନ୍ତି । ଏବଂ ରେଳଷ୍ଟେସନରୁ ମୋ ବସ୍ ଚଳାଚଳ କରିବା ପାଇଁ ଅନୁମତି ଦେଇଛନ୍ତି । ଏହାସହ ଏୟାରପୋର୍ଟ ଓ ରେଳ ଷ୍ଟେସନ ମଧ୍ୟରେ ବସ୍ ଚଳାଚଳ କରିବ ବୋଲି କୁହାଯାଇଛି ।