ଅପହୃତା ନାବାଳିକା ଉଦ୍ଧାର, ଅପହରଣକାରୀ ଗିରଫ।

0
149

ବୁଗୁଡା, ୨୩/୦୪/୨୦୨୧: ବୁଗୁଡା ସହରର ପଞ୍ଚା ପାତ୍ର ଗଳିରୁ ଏପ୍ରିଲ ୨୧ ତାରିଖ ଦିନ ତାକରଡ଼ା ଗ୍ରାମର ଜଣେ ନାବାଳିକା +୨ ଛାତ୍ରୀଙ୍କୁ ସେହି ଗ୍ରାମର ଅଶୋକ ସେଠୀ ଓରଫ ଟିଟୁ ଏକ ଅଟୋରେ ଅପହରଣ କରି ନେଇଥିବା ବେଳେ ଏପ୍ରିଲ ୨୨ ତାରିଖ ସନ୍ଧ୍ୟାରେ ଆସିକା ଥାନା ଅଞ୍ଚଳରୁ ନାବାଳିକା କୁ ଉଦ୍ଧାର କରିବା ସହ ଅଶୋକ ଓରଫ ଟିଟୁ କୁ ମଧ୍ୟ ଗିରଫ ବୁଗୁଡା ପୋଲିସ ଗିରଫ କରିବାରେ ସଫଳ ହୋଇଥିଲେ। ଏପ୍ରିଲ ୨୩ ତାରିଖ ଦିନ ସବ-ଇନସପେକ୍ଟର ତନୁଶ୍ରୀ ସାହୁଙ୍କ ତତ୍ତ୍ୱାବଧାନରେ ଦୁହିଁଙ୍କ ଡାକ୍ତରୀ ମାଇନା ହେବାସହ ନାବାଳିକାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ଅଶୋକ ସେଠୀ ଓରଫ ଟିଟୁ କୁ କୋର୍ଟ ଚାଲାଣ କରାଯାଇଛି। ଅପହରଣ ଘଟଣା ପରେ ନାବାଳିକାର ବାପାଙ୍କ ଏତଲା ପରେ ୧୮୭/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅପହରଣରେ ସହଯୋଗ କରିଥିବା ଅଭିଯୋଗ ରେ ତାକରଡ଼ା ଗ୍ରାମର ଭାରତୀ ସେଠୀ ଓ ସୁବୁଦ୍ଧିପଲ୍ଲୀ ଗ୍ରାମର ଅଟୋ ଚାଳକ ପୂର୍ଣ୍ଣ ସେଠୀକୁ ଗିରଫ କରି ଏପ୍ରିଲ ୨୨ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here