୩୯୭ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ।

0
121

ଯାଜପୁର,୨୪/୦୪/୨୦୨୧:ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ନିରବଚ୍ଛିନ୍ନ ଭାବରେ ଆୟୋଜିତ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଆଜି ୩୯୭ତମ ଦିବସରେ ପହଁଚିଛି।ଏହି କାର୍ଯ୍ୟକ୍ରମ ବିଭିନ୍ନ ଅଞ୍ଚଳରେ ଚାଲୁଥିବାବେଳେ ଆଜି ଦଶରଥପୁର ବ୍ଲକର ବୈଷପାନ ଅଞ୍ଚଳର ସମେତ ବିଭିନ୍ନ ଅଞ୍ଚଳରେ ରହିଥିବା ପ୍ରବାସୀ ଆଦିବାସୀଙ୍କ ସମେତ ବିଭିନ୍ନ ସ୍ଥାନରେ ଖାଦ୍ୟ, ବସ୍ତ୍ର, ମାକ୍ସ, ସାବୁନ, ସାନିଟାଇଜର, ଓଆରଏସ ଆଦି ବଣ୍ଟନ କରିବା ସହ ବିଭିନ୍ନ ପ୍ଲାକାର୍ଡ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାମାରୀ କରୋନାର ସଚେତନ କରୁଥିବାର ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ,ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ସାମାଜିକ କର୍ମୀ ମଧୁସ୍ମିତା ନାୟକ,ଲକ୍ଷ୍ମୀଧର ସାହୁ ଆଦି ପରିଚାଳନା କରୁଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here