ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ

0
120

ବ୍ରହ୍ମପୁର,୨୭/୦୪/୨୦୨୧: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ। ଗଂଜାମ ଆସିକା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ। ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ୬ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଅଧ୍ୟାପକଙ୍କ ଘରକୁ ୨୦୧୪ରେ ଟିଉସନ୍ ପଢିବା ପାଇଁ ଯାଉଥିଲେ। ନବମରେ ଟିଉସନ ପଢ଼ିବାକୁ ଯାଉଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ଛାତ୍ରୀ। ସେବେଠାରୁ ବହୁଥର ଦୁଷ୍କର୍ମ ସହ ଅଶ୍ଳୀଳ ଫଟୋ, ଭିଡିଓ ଉତ୍ତୋଳନ କରିଥିଲେ ଅଧ୍ୟାପକ। ଫଟୋ ଭାଇରାଲ ଧମକ ଦେଇ ଦୀର୍ଘ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ଅଭିଯୋଗ ହୋଇଛି। ତେବେ ଛାତ୍ରୀ ଜଣକ ଆଉ ରାଜି ନହେବାରୁ ସେସବୁକୁ ଭାଇରାଲ କରିଥିଲେ ଅଧ୍ୟାପକ। ଏନେଇ ଆସିକା ଥାନାରେ ଅଭିଯୋଗ ପରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ସ୍ଵତନ୍ତ୍ର ପୋକ୍ସୋ କୋର୍ଟରେ ପୀଡ଼ିତା ନାବାଳିକାଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ପୀଡ଼ିତା ନାବାଳିକା ଓ ଅଭିଯୁକ୍ତ ଅଧ୍ୟାପକଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି।ଲୋକ ଲଜ୍ଜା ଭୟରେ ଛାତ୍ରୀ ଜଣକ ନୀରବ ରହିଥିଲେ। ଶରୀର ଯନ୍ତ୍ରଣାକୁ ସହି ଯାଉଥିଲେ। ଏହାରି ଭିତରେ ଛାତ୍ରୀ ଜଣକ ଯୁକ୍ତ ଦୁଇ ପାସ୍‌ କରିସାରିଲେଣି। କିନ୍ତୁ ସେ ଟ୍ୟୁସନ୍‌ ସାରଙ୍କ ଜାଲରୁ ମୁକୁଳି ପାରି ନାହାନ୍ତି। ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍‌ କରିବାର ଧମକ ଦେଇ ଛାତ୍ରୀଙ୍କୁ ଦୀର୍ଘ ଦିନ ଧରି ଦୁଷ୍କର୍ମ କରି ଆସୁଥିଲେ। ଏପରିକି ଛାତ୍ରୀଙ୍କ ଯୁକ୍ତ ଦୁଇ ସାର୍ଟିଫିକେଟ୍‌, ଟଙ୍କା, ସୁନା ଓ ରୁପା ଗହଣା ନେଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତ ଶିକ୍ଷକ ବାହା ହେବା ପାଇଁ ଜିଦ୍‌ ଧରିବା ପରେ ଝିଅ ଜଣକ ବାହା ହେବା ପାଇଁ ରାଜି ହୋଇନଥିଲେ।ଅଭିଯୁକ୍ତ ଶିକ୍ଷକ ତାଙ୍କ ପାଖରେ ଥିବା ଅଶ୍ଲୀଳ ଫଟୋ ଓ ଭିଡିଓ କୁ ଭାଇରାଲ୍‌ କରିଦେବ ବୋଲି ଧମକ ଦେଉଥିଲା।ତେବେ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ରୀ ଜଣକ ଆଜି ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆସିକା ପୁଲିସ କେଶ ନମ୍ବର ୨୫୮/୨୦୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here