ଶେରଗଡ ବ୍ଲକରେ କରୋନାର ପ୍ରକୋପ ବୃଦ୍ଧି

0
196

ଶେରଗଡତା,୨୮/୦୪/୩୦୨୧(ଡାକ୍ତର ହୃଷୀକେଶମହାନ୍ତି) ଶେରଗଡ ବ୍ଳକର ବିଭିନ୍ନ ପୁରପଲ୍ଲୀ ରେ କରୋନା ର ଦ୍ୱିତୀୟ ଲହରୀ କ୍ରମଶଃ ବୃଦ୍ଦି ପାଇବାରେ ଲାଗିଛି।ଶେରଗଡ ସାମ୍ବାଦିକ କରୁଣାକର ସାହୁ ପ୍ରଥମେ ଏଥିରେ ବଳି ପଡିବା ପରେ ଅନେକ କରୋନା ରେ ମୃତ୍ୟୁ ଘଟିଥିବା ବେଳେ ସରକାର ଙ୍କ ପାଖରେ ହିସାବ ନାହିଁ ।ଗତକାଲି କାଚଖଣ୍ଡି ଗ୍ରାମର ସୁନିତା ସେଠୀଙ୍କ ର ହିଞ୍ଜଳିକାଟୁ ଡାକ୍ତରଖାନା ରେ ମୃତ୍ଯୁ ଘଟିଥିବା ବେଳେ ଗତକାଲି ରାତିରେ ପିତ୍ତଳ ର ବି. ଆପାରାଓ ଙ୍କୁ ଡାକ୍ତର ଖାନା କୁ ନେବା ପୂର୍ବରୁ ଘରେ ମୃତ୍ୟୁ ଘଟିଛି ।ଏତତ୍‌ ବ୍ଯତୀତ ବିଭିନ୍ନ ପୁରପଲ୍ଲୀ ରେ ବହୁ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳୁଛି।ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ଅନେକ କରୋନା ଟୀକା ନେଇଥିଲେ ମଧ୍ୟ ଏମାନଙ୍କୁ ଶେରଗଡ ବ୍ଲକ ଅଂଚଳରେ ସର୍ଭେ, ସ୍କ୍ରିନି ଓ ଟେଷ୍ଟିଗଂ କାର୍ଯ୍ୟ ରେ ନିୟୋଜିତ କରାଯାଉନି।ଅନ୍ୟ ପକ୍ଷରେ ଅଙ୍ଗନବାଡିକର୍ମୀ ମାନେ ସେମାନଙ୍କ କେତେକ ଦାବି ନେଇ ପ୍ରଶାସନ ନିକଟରେ ଉପସ୍ଥାପନ କରି ଥିବା ବେଳେ ଏହାକୁ ସହାନୁଭୂତି ସହ ବିଚାର କରି ଆଶ୍ୱସନା ଦେବା ପରିବର୍ତ୍ତେ ଶେରଗଡ ସିଡିପିଓ ଏବଂ ଭଞ୍ଜଜନଗର ସବକଲେକ୍ଟର ଆକ୍ରୋଶ ମୂଳକ ମନୋଭାବ ନେଇ ମିଥ୍ୟା ଅଭିଯୋଗ ଆରୋପ କରି କାରଣ ଦର୍ଶାଅ ନୋଟିସ ଜାରି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଥିବା ରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡିକର୍ମୀ କରୋନା କାର୍ଯ୍ୟ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ଫଳରେ କରୋନା କାର୍ଯ୍ୟ ପରିସ୍ଥିତି ଜିଲ୍ଲା ପ୍ରଶାସନ ସମ୍ଭାଳିବାରେ କଷ୍ଟକର ବ୍ୟାପାର ହୋଇ ପଡିଛି। ତୁରନ୍ତ ଗଞ୍ଜାମ ଜିଲ୍ଲାପାଳ ଅଙ୍ଗନବାଡିକର୍ମୀ ମାନଙ୍କସହ ଆଲୋଚନା କରି ସେମାନଙ୍କୁ କରୋନା କାର୍ଯ୍ୟକ୍ରମ ରେ ନ ଲଗାଇଲଲେ ଗାଁ ଗହଳିରେ ଲୋକେ ପୋକ ମାଛି ଭଳି ମରି ପଡିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here