ଚାରି କୋଟି ଟଙ୍କାରେ ହେବ ପାନୀୟ ଜଳ ଯୋଗାଣ ପ୍ରକଳ୍ପ

0
114

ବୁଗୁଡା,୨୮/୦୪/୨୦୨୧: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବୟରେ ନିର୍ମାଣ ହେବ ପାନୀୟ ଜଳ ଯୋଗାଣ ପ୍ରକଳ୍ପ।
ପୂର୍ବରୁ ଏହି ଯୋଜନା ବିଷୟରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପ୍ରତିଶ୍ରୁତି ଦେଇଥିବା ବେଳେ ତୁରନ୍ତ ଟେଣ୍ଡର କାର୍ଯ୍ୟ ସମାପ୍ତ ହେବ ବୋଲି ଏପିଲ ୨୬ ତାରିଖ ଦିନ ବୁଗୁଡା ଗସ୍ତରେ ଆସିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରକାଶ କରିଥିଲେ। ଟେଣ୍ଡର ପରେ କାର୍ଯ୍ୟ ସମାପ୍ତ ହେବାକୁ ପ୍ରାୟ ଛଅ ମାସ ସମୟ ଆବଶ୍ୟକ ପଡୁଥିବା ସମୟ ମଧ୍ୟରେ ବୁଗୁଡା ଜନସ୍ବାସ୍ଥ୍ୟ ବିଭାଗ ଟେଙ୍କର ସାହାଯ୍ୟ ଆବଶ୍ୟକ ପାଣି ଜନସାଧାରଣଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦଶ ଦେଇଥିଲେ।ଏନେଇ ବୁଗୁଡା ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ ୪ କୋଟି ଟଙ୍କା ମଞ୍ଜୁରୀ ହୋଇ ଥିବା ବେଳେ ଆହୁରି ଟେଣ୍ଡର ହୋଇନାହିଁ। ଏହି ଟଙ୍କାରେ ବୁଗୁଡା ଏନଏସିରେ ଗୋଟିଏ ଓଭେର ହେଡ ପାଣି ଟାଙ୍କି ଓ ତିନିଟି ଗ୍ରାଉଣ୍ଡ ଟାଙ୍କି ନିର୍ମାଣ ହେବ ଓ ପ୍ରତ୍ୟେକ ଘରକୁ ପାଣି ଯୋଗାଇବା ବ୍ୟବସ୍ଥା କରାଯିବ। ସରକାର ସମସ୍ତ ପାଇପ ବିଭାଗକୁ ଯୋଗାଇଦେବେ। ଯାହା ଦ୍ୱାରା ପ୍ରକଳ୍ପ ନିର୍ମାଣ ଖର୍ଚ୍ଚ ୪ କୋଟିରୁ ଉର୍ଦ୍ଧ୍ବ ଅର୍ଥ ଖର୍ଚ୍ଚ ହେବ। ଏହା ନିର୍ମାଣ ସରିଲେ ବୁଗୁଡ଼ା ସହରରେ ଜଳ ଅଭାବ ଦୂର ହୋଇ ପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଦୁଇଟି ଟେଙ୍କର ସାହାଯ୍ୟରେ ଆବଶ୍ୟକ ସାହି ଗୁଡିକୁ ପାଣି ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here