ଅପହୃତା ଝିଅ ଉଦ୍ଧାର, ବିବାହିତ ପୁଅ ଗିରଫ।

0
115

ବୁଗୁଡା, ୦୧/୦୫/୨୦୨୧: ଗତ ଏପ୍ରିଲ ୨୭ ତାରିଖ ଦିନ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଝିଅ ନିଜ ଭଉଣୀ ଘର ବୁଗୁଡାକୁ ଆସିଥିବା ସେହି ଝିଅକୁ ମନ୍ଦାର ଗ୍ରାମର ଜଣେ ବିବାହିତ ଯୁବକ ଅପହରଣ କରି ନେଇଥିଲା। ପରିବାର ପକ୍ଷରୁ ଅଭିଯୋଗ ପତ୍ର ଦେବାପରେ ବୁଗୁଡା ଥାନା କେସ ନମ୍ବର ୧୯୬/୨୧ ପ୍ରକାରେ ଏକ ମାମଲା ପଞ୍ଜୀକୃତ ହୋଇ ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ସବ-ଇନ୍ସପେକ୍ଟର କାର୍ତ୍ତିକ ନାୟକ ଅନୁସନ୍ଧାନ ଦାୟିତ୍ୱ ବହନ କରିଥିଲେ। ଅନୁସନ୍ଧାନ ପରେ ବ୍ରହ୍ମପୁରରୁ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଅପହୃତା ଝିଅକୁ ମଇ ଏକ ତାରିଖ ଦିନ ଅପରାହ୍ନରେ ଉଦ୍ଧାର କରିବା ସହ ଅପହରଣକାରୀ ବିବାହିତ ଯୁବକ ପୋଲସରା ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମର ମିଲୁ ଜେନାକୁ ଗିରଫ କରାଯାଇଛି। ଆସନ୍ତା କାଲି ଝିଅକୁ ଡାକ୍ତରୀ ମାଇନା ପାଇଁ ପଠାଯିବା ସହ ମିଲୁ ଜେନାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here