ବନ୍ୟପ୍ରାଣୀଙ୍କ ତୃଷା ମେଣ୍ଟାଇବା ପାଇଁ ପ୍ରୟାସ।

0
244

ବୁଗୁଡା,୦୧/୦୫/୨୦୨୧: ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶ କ୍ରମେ ବନ୍ୟପ୍ରାଣୀଙ୍କ ତୃଷା ମେଣ୍ଟାଇବା ପାଇଁ ପ୍ରୟାସ ଜାରି ରଖାଯାଇଥିବା ଦେଖିବାକୁ ମିଳିଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଙ୍ଗଲ ନିକଟ ବିଭିନ୍ନ ଜଳାଶ୍ରୟ ଶୁଖି ଯାଉଥିବା ବେଳେ ବନ୍ୟ ପଶୁ ପକ୍ଷୀ ଯେପରି ପିଇବା ପାଣି ମୁନ୍ଦେ ପାଇ ତୃଷା ମେଣ୍ଟାଇ ପାରିବେ ସେଥିପାଇଁ ଜଙ୍ଗଲ ଅଞ୍ଚଳରେ ସିମେଣ୍ଟର ବଡ ଧରଣର କୁଣ୍ଡ ନିର୍ମାଣ କରି ସେଥିରେ ପାଣି ପୂର୍ଣ୍ଣ କରାଯାଉଛି। ସେହି ପାଣିକୁ ବନ୍ୟପ୍ରାଣୀ ପିଇକରି ନିଜର ଶୋଷ ମେଣ୍ଟାଇ ପାରୁଛନ୍ତି। ବନଖଣ୍ଡ ଅଧିକାରୀଙ୍କ ଏହି ଉଦ୍ୟମକୁ ପରିବେଶ ପ୍ରେମୀମାନଙ୍କ ସମେତ ସାଧାରଣ ଜନତା ମଧ୍ୟ ପ୍ରଶଂସା କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here