କୁକୁଡ଼ାଖଣ୍ଡି ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଲେ କଲ୍ୟାଣି ସଂଘମିତ୍ରା

0
135

କୁକୁଡ଼ାଖଣ୍ଡି,୦୩/୦୫/୨୦୨୧: ଗଜପତି ଜିଲ୍ଲାର ମୋହନା ତହସିଲଦାର ଭାବେ କାର୍ଯ୍ୟରତ ଥିବା କଲ୍ୟାଣି ସଂଘମିତ୍ରାଙ୍କୁ କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟକୁ ବଦଳି ହେବା ପରେ କୁକୁଡାଖଣ୍ଡି ତହସିଲଦାର ଭାବେ କଲ୍ୟାଣି ସଂଘମିତ୍ରା ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି।ଏଥିପୂର୍ବରୁ କାର୍ଯ୍ୟରତ ଥିବା ତହସିଲଦାର ଇପିସିତା ପ୍ରିୟଦର୍ଶିନୀ ମିଶ୍ର ସ୍ଥାନୀୟ ବ୍ଳକ ଅଞ୍ଚଳର ନିର୍ବାଚିତ ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର ସହ ସରକାରୀ ଉନ୍ନୟନ କାର୍ଯ୍ୟରେ ଅସହଯୋଗ କରିବା ଯୋଗୁଁ ଗତ ୬ ମାସ ଧରି ସାଧାରଣରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା। ଗତବର୍ଷ ଅକ୍ଟୋବର ମାସରେ କୁକୁଡ଼ାଖଣ୍ଡି ବ୍ଳକ ପରିସରରେ ସମିତି ବୈଠକ ଚାଲିଥିବା ବେଳେ ଉପସ୍ଥିତ ସରପଞ୍ଚ ସମିତି ମେମ୍ବରମାନେ ତହସିଲ କାର୍ଯ୍ୟାଳୟ ସମ୍ପର୍କିତ କେତେକ ପ୍ରଶ୍ନ ପଚାରିଥିଲେ।ଏହାର ଉତ୍ତର ଦେବା ପରିବର୍ତେ ଉତେଜିତ ହୋଇ ପୂର୍ବତନ ତହସିଲଦାର ଇପିସିତା ମିଶ୍ର ବୈଠକ ଅଧାରୁ ମନଇଚ୍ଛା ଉଠି ଚାଲିଯାଇଥିଲେ। ସେବେଠାରୁ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିମାନେ ତାଙ୍କରି ବହିଷ୍କାର ଦାବିରେ ତହସିଲ କାର୍ଯ୍ୟାଳୟ ମାଢୁନଥିଲେ।ସେହିଭଳି ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ୧ କି.ମି ଦୂରରେ ବେଆଇନଭାବେ ଚାଲିଥିବା ଏକ ଷ୍ଟୋନକ୍ରସରରେ ଗତ ୧୯ ତାରିଖ ପୂର୍ବାହ୍ନରେ ଚୋରାଚାଲାଣ ନିମନ୍ତେ ଗଚ୍ଛିତ ବିସ୍ପୋରକ ସାମଗ୍ରୀ ର ବିସ୍ପୋରଣରେ ଜଣେ ଯୁବ ଇଞ୍ଜିନିୟରଙ୍କ ସମେତ ୪ଜଣଙ୍କ ଜୀବନ ଚାଲିଯାଇଥିଲା।ଏହି ଘଟଣା ପରେ ପ୍ରଶାସନ ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ବଦଳରେ କେବଳ ତାଙ୍କୁ ଡେପୁଟି କଲେକ୍ଟର ଭାବେ ଛତ୍ରପୁର ଡିଆରଡିଏ କୁ ବଦଳି କରିଥିଲେ। ତଥାପି ଏହି ଠାରୁ ତାଙ୍କ ବଦଳି ପରେ ମୋହନା ତହସିଲଦାର ଥିବା କଲ୍ୟାଣୀ ସଂଘମିତ୍ରାଙ୍କୁ କୁକୁଡ଼ାଖଣ୍ଡି ତହସିଲଦାର ଭାବେ ବଦଳି କରାଯିବା ପରେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି।ନୂତନ ତହସିଲଦାର ଭାବେ କଲ୍ୟାଣୀ ସଂଘମିତ୍ରା ଦାୟିତ୍ୱ ଗ୍ରହଣ କରିବା ପରେ ସେଥିରେ କିଛିଟା ପରିବର୍ତ୍ତନ ଆସିବା ନେଇ ମତ ପ୍ରକାଶ ପାଇଛି।ତେବେ ତାଙ୍କ ସହ ଆଲୋଚନା ବେଳେ ସେ ନିୟମ ଅନୁଯାୟୀ ତାଙ୍କ ଦାୟିତ୍ୱ ପାଳନ ପ୍ରତି ଅଧିକ ଗୁରୁତ୍ଵ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।ନୂତନ ତହସିଲଦାର କୁକୁଡ଼ାଖଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ତହସିଲଦାର ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here