ବୁଗୁଡା : ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର

0
146

ବୁଗୁଡା,୦୩/୦୫/୨୦୨୧: ବୁଗୁଡା ବ୍ଲକର ଗୋଲିଆ ଠାରେ ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ସରିଥିବା ନୋଡାଲ ଅଫିସର ତଥା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ଆଦର୍ଶ ବିଦ୍ୟାଳୟରେ ପ୍ରସ୍ତୁତି ଶେଷ ହୋଇଥବା ୧୦୦ ଶଯ୍ୟା ମଧ୍ୟରୁ ୩୦ ଟି ଶଯ୍ୟା ପାଇଁ ୬୦ ଟି ଅକ୍ସିଜେନ ସିଲିଣ୍ଡର ରହିଥିବା ବେଳେ ଆବଶ୍ୟକ ସ୍ଥଳେ ଅଧିକ ଅକ୍ସିଜେନ ସଂଯୁକ୍ତ ଶଯ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଡାକ୍ତର ଓ ଷ୍ଟାପ ମିଶି ୬ ଜଣଙ୍କୁ ନିଯୁକ୍ତି ଦେବାକୁ ପତ୍ର ଆସିଥିବା ବେଳେ ଖୁବ ଶୀଘ୍ର ଡାକ୍ତର ଓ ଷ୍ଟାପ ନିଯୁକ୍ତି କରିବେ ବୋଲି ଜଣାପଡିଛି।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here