ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ଲକଡାଉନ୍‌

0
192

ଭୁବନେଶ୍ୱର,୦୪/୦୫/୨୦୨୧: ଆସନ୍ତାକାଲିଠୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ଲକଡାଉନ୍‌। ୫ ତାରିଖରୁ ୧୯ ତାରିଖ ଯାଏ ରାଜ୍ୟରେ ୧୪ ଦିନିଆ ଲକଡାଉନ୍‌ ଲାଗିବ। ବଢ଼ୁଥିବା କରୋନା ସଂକ୍ରମଣରେ ବ୍ରେକ୍ ଦେବାକୁ କଟକଣା ଲାଗିବ। ଏନେଇ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି। ଟ୍ୱିନ୍‌ସିଟି ସମେତ ରାଜ୍ୟର ପ୍ରମୁଖ ସହର ଓ ଗ୍ରାମାଞ୍ଚଳରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହେବ। ଏହାସହ ଜିଲ୍ଲା ଓ ରାଜ୍ୟର ପ୍ରବେଶ ପଥରେ ଚେକିଂକୁ ବଢ଼ାଇ ଦିଆଯାଇଛି।ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା କୁ ଛାଡି ଅନ୍ୟ ସମସ୍ତ ଉପରେ କଟକଣା ଲାଗୁ ହୋଇଛି।
ଅନ୍ୟପଟେ ଲକ୍‌ଡାଉନ୍‌ ପୂର୍ବରୁ ଭୁବନେଶ୍ୱର, କଟକ,ବ୍ରହ୍ମପୁର ସମେତ କିଛି ସହରରେ ଭିଡ଼ ଦେଖିବାକୁ ମିଳିଛି।ରାଜ୍ୟ ବିଭିନ୍ନ ସହରାଞ୍ଚଳରେ ଲୋକେ ଘରକରଣା ସାମଗ୍ରୀ କିଣିବାକୁ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏପରି ନକରିବାକୁ ସ୍ୱତନ୍ତ୍ର  ରିଲିଫ କମିଶନର ପ୍ରଦୀପ ଜେନା ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here